30 C
Bhubaneswar
Sunday, June 7, 2026
Homeଓଡିଶାଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ଟି ପଞ୍ଚାୟତ ମନୋନୀତ

ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ଟି ପଞ୍ଚାୟତ ମନୋନୀତ

ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି | ଆସନ୍ତା ଜୁନ୍ ମାସ ୩ ତାରିଖରେ ନୂଆଦିଲ୍ଲୀଠାରେ ଏହି ସବୁ ପୁରସ୍କାର ବିତରଣ କରାଯିବ |

ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ:

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବରେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି | ଏହି ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ |

ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଅଛି | ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅର୍ଥରାଶି ମିଳିବ |

ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାରେ ପୁରସ୍କୃତ କରାଯିବ |

ସେହିପରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧୀନସ୍ଥ ମନ୍ଦାର ଗ୍ରାମପଞ୍ଚାୟତ ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ମିଳିବ |

ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | ଏହି ଜିଲ୍ଲା ପରିଷଦକୁ ୩ କୋଟି ଟଙ୍କା ମିଳିବ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking