ନୂଆଦିଲ୍ଲୀ: ଛାତରେ ଶୁଖୁଥିବା ଝିଅଙ୍କ ଅନ୍ତଃବସ୍ତ୍ରକୁ କରୁଥିଲେ ଚୋରି । ମନରେ ଥିଲା ଭିନ୍ନ ମାନସକିତା । ପୁତୁରାର ଏଭଳି କାମ ପାଇଁ ପଡ଼ୋଶୀ ମହିଳା ଏବଂ ଝିଅଙ୍କଠାରୁ ଶୁଣିବାକୁ ପଡ଼ୁଥିଲା ଗାଳି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବାପରେ ପୁତୁରାକୁ ବିରୋଧ କରିଥିଲେ ପୀଉସା । ଶେଷରେ ଲାଜରେ ଜୀବନ ନେଇଗଲା ପୁତୁରା । ଗୁଜୁରାଟର ଅହମ୍ମଦାବାଦରୁ ଆସିଛି ଏଭଳି ଏକ ଖବର । ଅଭିଯୁକ୍ତ ନିକଟରୁ ଟଙ୍କା ସହ ଅନ୍ତଃବସ୍ତ୍ର ମଧ୍ୟ ଜବତ କରାଯାଇଛି । ପିଉସୀଙ୍କ ଘରକୁ କୁଣିଆ ଆସିଥିଲା ପୁତୁରା ସୋନୀ । ଆସିବା ଦିନରୁ ସବୁବେଳେ ଛାତରେ ଶୁଖୁଥିବା ମହିଳାଙ୍କ ଅନ୍ତଃବସ୍ତ୍ର ଉପରେ ରଖୁଥିଲା ନଜର । କେହି ନଥିବାବେଳେ ଘରକୁ ଏଗୁଡ଼ିକୁ ନେଇ ଯାଉଥିଲେ । ପୀଉସା ଏସବୁ ଦେଖିବା ପରେ ସେ ଏହାକୁ ବିରୋଧ କରିଥିଲେ । ରାଗରେ ଶୋଇଥିବା ସମୟରେ ହତ୍ୟା କରି ଘରୁ ୫ ଲକ୍ଷ ଟଙ୍କାଧରି ଫେରାର ହୋଇଥିଲା । ପୁଲିସକୁ ଖବର ଦେବାପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ତେବେ ସେ ହତ୍ୟା କରିବା ସମ୍ପର୍କରେ ସିସିଟିଭିରୁ ରିପୋର୍ଟ ମିଳିଥିଲା । ତେବେ ଟଙ୍କା ଧରି ଉଦୟପୁର ଚାଲିଯାଇଥିଲା ଅଭିଯୁକ୍ତ ସୋନୀ। ପୁଲିସ ଘଟଣାକୁ ଗରୁତର ସହ ନେଇଥିବାବେଳେ ତାକୁ ଧରିବାରେ ସଫଳ ହୋଇଥିଲା । ତା ନିକଟରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ବ୍ୟାଗରୁ ମହିଳାଙ୍କ ଅନ୍ତଃବସ୍ତ୍ର ସବୁ ଜବତ କରାଯାଇଛି । ତେବେ ସେ ପୁଲିସ ଆଗରେ ମାନିଛି କି, ମୋତେ ଝିଅଙ୍କ ଅନ୍ତଃବସ୍ତ୍ର ପିନ୍ଧିବାକୁ ଭଲଲାଗେ । ମୁଁ ସବୁବେଳେ ଏହାକୁ ପିନ୍ଧେ । ସେପଟେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।










