ଜଗତସିଂହପୁର: ଜଗତସିଂହପୁର କାଠିଆପଡ଼ା ଗାଁରେ ଯୁବତୀଙ୍କୁ ହତ୍ୟା ମାମଲା । ପ୍ରେମିକାକୁ ହତ୍ୟା ପାଇଁ ୨ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ପ୍ରେମିକ । ବିହାରରୁ ଗିରଫ ହୋଇଥିବା ସୁପାରି କିଲର ସହ ମିଶି କରିଥିଲା ହତ୍ୟା । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା । କାଠିଆପଡ଼ା ଗାଁର ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣାରେ ଗତକାଲି ପୁଲିସ ସୁପାରୀ କିଲର ଲଲୁ କୁମାର ଓରଫ ଲାଲୁ ଯାଦବକୁ ବିହାରରୁ ଗିରଫ କରିଥିଲା । ସସ୍ମିତା ଦାସଙ୍କର ଅନ୍ୟତ୍ର ନିର୍ବନ୍ଧ ହେବା ପରେ ଗତ ମାସ ୨୦ତାରିଖ ତଥା ନିର୍ବନ୍ଧ ପରଦିନ ସସ୍ମିତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘର ପାଖ ବିଲକୁ ଡାକି ସୁପାରୀ କିଲର ସହ ମିଶି ଅତି ନିର୍ମମ ଭାବରେ ହତ୍ୟାକରିଥିଲା । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଇଥିବା ବେଳେ ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁକୁ ଦୁଇ ଦିନ ମଧ୍ୟରେ ଗିରଫ କରିଥିଲା ପୁଲିସ। ପରେ ସୁପାରି କିଲର ଲଲୁ କୁମାରଙ୍କୁ ବିହାରରୁ ଗିରଫ କରାଯାଇଥିଲା ।










