36.1 C
Bhubaneswar
Saturday, May 16, 2026
Homeଓଡିଶାଖଣି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଖଣି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖଣି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ।  କହିଲେ, ମୁଁ ଖଣି ଅଞ୍ଚଳରୁ ଆସୁଛି, ମୁଁ ଜାଣିଛି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଣ ରହିଛି । ଖଣି ନିଗମର ୭୧ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଖଣି ବିସ୍ଥାପିତ ଲୋକଙ୍କ କରୁଣ କାହାଣୀ ମନେ ପକାଇ ତାଙ୍କ ସମସ୍ୟା ସମାଧାନ କରିବାକୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷରେ ୪୫ ନିୟୁତ ଟନ୍ ଖଣି ସାମଗ୍ରୀ ଉତ୍ତୋଳନ କରି ରେକର୍ଡ  କରିଛି ଓଏମ୍‌ସି । ୨୦୨୬ ସୁଦ୍ଧା ୧୦୦ ନିୟୁତ ଟନ୍‌ ଖଣି ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରତି ୧୦ ମେଟ୍ରିକ ଟନ୍ ଖଣି ଉତ୍ତୋଳନରେ ଗୋଟେ ଗଛ ଲଗାଉଛି ଓଏମସି । ଆଗାମୀ ବର୍ଷ ୧ କୋଟି ଗଛ ଲଗାଥ ସବୁଜବଳୟ ସୃଷ୍ଟି କରିବ ଓଏମସି । ସବୁଠୁ ବଡ କଥା ହେଉଛି, ଓଏମସି ସରକାରଙ୍କ ସୁରକ୍ଷାଦାତା ସାଜିଛି । ଉଭୟ ସୁଖ ଓ ଦୁଃଖ ସମୟରେ ସରକାରଙ୍କ ସାଥୀରେ ଛିଡା ହୋଇଛି ଓଏମ୍‌ସି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଏମସି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ମେଗା ହେଲ୍ଥ କ୍ୟାମ୍ପ କରିବାର ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking