36.1 C
Bhubaneswar
Saturday, May 16, 2026
Homeଦେଶ ବିଦେଶଭାରତରେ ପ୍ରଥମ ଥର ଜବତ ହେଲା ‘ଜିହାଦୀ ଡ୍ରଗ୍‌’ କେପ୍ଟାଗନ

ଭାରତରେ ପ୍ରଥମ ଥର ଜବତ ହେଲା ‘ଜିହାଦୀ ଡ୍ରଗ୍‌’ କେପ୍ଟାଗନ

ନୂଆଦିଲ୍ଲୀ:  ଭାରତକୁ ଆନ୍ତର୍ଜାତିକ ଡ୍ରଗ୍ସ ସିଣ୍ଡିକେଟ୍‌ ଓ ଟେରର୍‌ ଫଣ୍ଡିଂ ବିରୋଧରେ ବଡ଼ଧରଣର ସଫଳତା ମିଳିଛି। ଭାରତର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପ୍ରଥମ ଥର ପାଇଁ ‘କେପ୍ଟାଗନ୍‌’ ଡ୍ରଗ୍ସ ଜବତ କରିଛନ୍ତି। ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ,ଏନ୍‌ସିବି ‘ଅପରେସନ୍‌ ରେଜପିଲ୍‌’ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ ପରିମାଣର ‘କେପ୍ଟାଗନ୍‌’ ଡ୍ରଗ୍ସ ଜବତ କରିଛି। ଏହା ଆତଙ୍କବାଦୀ ନେଟୱର୍କ ଭିତରେ ଜିହାଦୀ ଡ୍ରଗ୍ସ ଭାବରେ ପରିଚିତ। କେନ୍ଦ୍ର ଗୃହମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟକୁ ଯାଉଥିବା ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାସ ଓ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିବା ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ପ୍ରତି ଆମର ପ୍ରତିବଦ୍ଧତାର ଉଦାହରଣ। ଭାରତ ଭିତରକୁ ଆସୁଥିବା କିମ୍ବା ଭାରତ ଦେଇ ଅନ୍ୟ ଦେଶକୁ ଯାଉଥିବା ପ୍ରତ୍ୟେକ ଡ୍ରଗ୍ସ ଅର୍ଡର ଜବତ କରାଯିବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଏନ୍‌ସିବିକୁ ପ୍ରଶଂସା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking