ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୁଣି ବିଗିଡି ଯାଇଛି । ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ବିଶ୍ୱକୁ ବଡ ବାର୍ତ୍ତା ଦେଇଥିଲା ଯେ, ଦେଶ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ । ପାକିସ୍ତାନର ଏଭଳି କାର୍ଯ୍ୟକଳାପ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କଡା ଚେତାବନୀ ଦେଇ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଉପରେ ଭୂଗୋଳ ବଦଳି ଯିବାର ଆଶଙ୍କା ରହିଛି । ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ସେନା ସଂଳାପ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେ କୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ୱୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୁର୍ଣ୍ଣ ଭରସା କରନ୍ତି । ଯେତେବେଳେ ଜଣେ ସୈନିକ ଏକ ସଫଳ ଅପରେସନ ପରେ ଆଲିଙ୍ଗନ କରନ୍ତି, ସେତେବେଳେ କୌଣସି ପଦ କିମ୍ବା ପଦାନୁକ୍ରମ ନଥାଏ । ସେ ଅନ୍ୟକୁ ଜଣେ ସାଥୀ ବୋଲି ବିବେଚନା କରିଥାନ୍ତି । ତାହା ହେଉଛି ସବୁଠାରୁ ସ୍ୱତନ୍ତ୍ର ମୂହୁର୍ତ୍ତ । ଜଣେ ସୈନିକଙ୍କ ପାଖରେ ସର୍ବଦା ସମୟ କମ ରହିଥାଏ । ଏହା କେବଳ ତାଙ୍କ ୟୁନିଟ ପାଇଁ ନୁହେଁ, ବରଂ ତାଙ୍କ ପରିବାର ସଦସ୍ୟ ବନ୍ଧୁ ପରିଜନଙ୍କ ବିବାହରେ ଯୋଗଦେଇ ପାରନ୍ତି ନାହିାଁ ସେମାନେ ନିଜ ପିଲାଙ୍କ ଜନ୍ମର ସମୟରେ ମଧ୍ୟ ଉପସ୍ଥିତ ହୋଇ ଥାଇପାରି ନାହାନ୍ତି । ଆମେ ଏହାକୁ ସୁଧାରିବା ପାଇଁ କାମ କରୁଛୁ । କିନ୍ତୁ କେତେକ ସମୟରେ ଏହା ଆମ ନିୟନ୍ତ୍ରଣ ବାହାରେ ରହୁଛି ।










