ନୂଆଦିଲ୍ଲୀ: ନେଦରଲାଣ୍ଡସରେ ଭାରତୀୟ ସମୁଦାୟଙ୍କୁ ପିଏମ ମୋଦି ସମ୍ବୋଧନ କରି କହିଛନ୍ତି , ଆଜିର ଏହି ସମାବେଶ ମୋତେ ନେଦରଲାଣ୍ଡସ ନୁହେଁ, ଭାରତ ପରି ଲାଗୁଛି । କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ପାଇଁ ମୁଁ କେଉଁଠି ଅଟକି ନାହିଁ । ଜନତାଙ୍କ ଏତେ ମାତ୍ରାରେ ଭଲପାଇବା ମିଳିବ କେବେ କଳ୍ପନା କରିନଥିଲି । ୧୩ ବର୍ଷ ମୁଖ୍ୟମନ୍ତ୍ରୀ, ୧୨ ବର୍ଷ ପ୍ରଧାନମନ୍ତ୍ରୀ ଭାବେ ଭାରତର ସେବା କରୁଛି । ଏହା କେବଳ ସଂଖ୍ୟା ନୁହେଁ, ମୋ ପାଇଁ ବଡ ସୌଭାଗ୍ୟର କଥା । ଭାରତ ଏବେ ଗ୍ରୀ ଏନର୍ଜି ଲିଡର ହେବାକୁ ଚାହୁଁଛି ।










