33.1 C
Bhubaneswar
Saturday, May 16, 2026
Homeଓଡିଶାଖଇରା ମାଇନିଂ ଖଣି ଅଧିକାରୀଙ୍କୁ ଆକ୍ରମଣ

ଖଇରା ମାଇନିଂ ଖଣି ଅଧିକାରୀଙ୍କୁ ଆକ୍ରମଣ

ବାଲେଶ୍ୱର: ଖଇରା ମାଇନିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ। ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ କରିବା ସହ ଗାଡିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୋଲିସ୍ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂରେ ଯାଇଥିଲେ। ଏହି ସମୟରେ ଗୋଟିଏ କାର ଏବଂ ୨ଟି ବାଇକରେ ମୋରମ ମାଫିଆମାନେ ଆସି ସୁନ୍ଦରପୁର ଛକ ନିକଟରେ ଗାଡିକୁ ପଥର ଫିଙ୍ଗିଥିଲେ। ଗାଡ଼ିର କାଚ ଭାଙ୍ଗିବା ସହ ଅଚାନକ ଆକ୍ରମଣ କରିଥିଲେ। ଅଧିକାରୀ ନିଜକୁ ବଞ୍ଚାଇବାକୁ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଗାଡ଼ିଟିକୁ ନେଇ ସିଧା ଖଇରା ଥାନାକୁ ଆସିଥିଲେ।ମୋରମ୍ ମାଫିଆ ମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ।ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।ପରେ ନୀଳଗିରି ଏବଂ ସୋର ଜୁନିୟର ମାଇନିଂ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking