36.1 C
Bhubaneswar
Saturday, May 16, 2026
Homeଓଡିଶାସୌମ୍ୟ ରଞ୍ଜନ ହତ୍ୟା ଘଟଣା: ଗିରଫଙ୍କ ସଂଖ୍ୟା ୧୪

ସୌମ୍ୟ ରଞ୍ଜନ ହତ୍ୟା ଘଟଣା: ଗିରଫଙ୍କ ସଂଖ୍ୟା ୧୪

କଟକ: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା । ଭିଡ଼ ହିଂସାରେ ଅଭିଯୁକ୍ତ ଜଣଙ୍କ ସାମିଲ ଥିଲେ । ବର୍ତ୍ତମାନ ମୋଟ୍ ଗିରଫଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିପାରେ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ଭାବେ ସୂଚନା ମିଳିନାହିଁ । ଗତ ୧୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ ।ଏହି ଘଟଣାରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି । ତାଙ୍କୁ ଗିରଫ କରିବା ପାଇଁ ସବୁ ଉଦ୍ୟମ ଜାରି ରହିଛି । ପୂର୍ବରୁ ଥାନା ଓ କ୍ରାଇମସ୍ପଟ୍କୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ୍ ଏଭିଡେନ୍ସ ଜରିଆରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking