ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ନିଯୁକ୍ତ ପରେ ଏହାକୁ ପ୍ରତ୍ୟାହାର କରିଛନ୍ତି ତାମିଲନାଡ଼ୁ ସରକାର।ମଙ୍ଗଳବାର ତାମିଲନାଡ଼ୁ ପବ୍ଲିକ ଡିପାର୍ଟମେଣ୍ଟ ସଚିବାଳୟ ଏହାକୁ ନେଇ ନିର୍ଦ୍ଦେଶ ଜାରି କରିଥିଲେ। ଜ୍ୟୋତିଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ସମେତ ତାମିଲନାଡୁର ଅନେକ ପ୍ରମୁଖ ରାଜନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ତେବେ ଏହାର ୨୪ ଘଣ୍ଟା ପରେ ଏହି ଆଦେଶକୁ ପ୍ରତ୍ୟାହାର କରିଛି ବିଜୟଙ୍କ ସରକାର।










