36.1 C
Bhubaneswar
Saturday, May 16, 2026
Homeଓଡିଶାନିର୍ବନ୍ଧ ପରଦିନ ପ୍ରେମିକାଙ୍କୁ ହତ୍ୟା ଘଟଣା: ସୁପାରୀ କିଲର ଗିରଫ

ନିର୍ବନ୍ଧ ପରଦିନ ପ୍ରେମିକାଙ୍କୁ ହତ୍ୟା ଘଟଣା: ସୁପାରୀ କିଲର ଗିରଫ

ଭୁବନେଶ୍ୱର: ନିର୍ବନ୍ଧ ପରଦିନ ପ୍ରେମିକାଙ୍କୁ ହତ୍ୟା ଘଟଣାରେ ସୁପାରୀ କିଲର ଗିରଫ । ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ କରିଛି ଜଗତସିଂହପୁର ପୋଲିସ । ନିର୍ବନ୍ଧ ପରଦିନ ପ୍ରେମିକାକୁ ପୂର୍ବତନ ପ୍ରେମିକ ମୁଗ ବିଲକୁ ଡାକି ହତ୍ୟା କରିଥିଲା । ହତ୍ୟାକାରୀ ପ୍ରେମିକ ଗିରଫ ହୋଇଥିବା ବେଳେ ସୁପାରୀ କିଲର ଫେରାର ହୋଇଯାଇଥିଲା । ସୂଚନା ଯୋଗ୍ୟ ଯେ, ଜଗତସିଂହରପୁର ଜିଲ୍ଲା ସଦର ଥାନା କାଠିଆପଡା ଗାଁର ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣାରେ ଶୁକ୍ରବାର ଜଗତସିଂହପୁର ପୋଲିସ ସୁପାରୀ କିଲର ଲାଲୁ ଓରଫ ଲାଲୁ ଯାଦବକୁ ବିହାରର କଇମୁଡରୁ ଗିରଫ କରିଛି । ଶନିବାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତ ଡାକ୍ତରୀମାଇନା କରାଯାଇଥିବା ବେଳେ ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯିବ । ଏନେଇ ଜଗତସିଂହପୁର ଏସପି ପ୍ରେସମିଟରେ ସୂଚନା ଦେବେ । କାଠିଆପଡା ଗାଁର ସସ୍ମିତା ଦାସଙ୍କର ଅନ୍ୟତ୍ର ନିର୍ବନ୍ଧ ହେବା ପରେ ଗତ ମାସ ୨୦ ତାରିଖ ତଥା ନିର୍ବନ୍ଧ ପରଦିନ ସସ୍ମିତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘର ପାଖ ମୁଗ ବିଲକୁ ଡାକି ସୁପର କିଲର ସହ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଇଥିବା ବେଳେ ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଗିରଫ କରିଥିଲା ପୋଲିସ । ସୁାରୀ କିଲର କୌଶଳ କ୍ରମେ ଫେରାର ହୋଇଯାଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking