33.1 C
Bhubaneswar
Tuesday, May 12, 2026
Homeଓଡିଶାଛାତ୍ରୀଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ନେଇ ଦୁଇ ଯୁବକଙ୍କୁ ଅପହରଣ

ଛାତ୍ରୀଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ନେଇ ଦୁଇ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର: ଛାତ୍ରୀଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ଦେବାରୁ ଅପହରଣ କଲେ । ଏକ ଅପହଞ୍ଚ ଅଞ୍ଚଳକୁ ନେଇ ଘରେ ଦୁଇ ଯୁବକଙ୍କୁ ବାନ୍ଧିରଖି ନିସ୍ତୁକ ପିଟିଲେ । ରାଜଧାନୀରେ ଇନଫୋଭେଲି ଥାନା ଅଞ୍ଚଳରେ ଏଭଳି ଏକ ଅପହରଣ ଘଟଣା ଚର୍ଚ୍ଚାକୁ ଆସିଛି । ଅପହରଣର ପ୍ରାୟ ୧୨ ଘଣ୍ଟା ପରେ ପୋଲିସ ଦୁଇ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଏହି ଘଟଣାରେ ଜଣେ ଛାତ୍ରୀଙ୍କ ସମେତ ୫ ଜଣ ଅପହର୍ତ୍ତାଙ୍କୁ ପୁଲିସ ଗିରଫ କରିଛି । ସେମାନେ ପ୍ରମୋଦ ସେଠୀ, ଦେବାଶିଷ ମହାପ୍ତର, ଓସକାର ନାଥ ଓ ବ୍ରହ୍ମା ଜେନା । ସୂଚନା ମୁତାବକ, କିଛିଦିନ ତଳେ ଦୁଇ ଅପହୃତା ଯୁବକ ଜଣେ ଛାତ୍ରୀଙ୍କ ଭିଡିଓ ଭାଇରାଲ ପାଇଁ ଧମକ ଦେଇଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଛାତ୍ରୀ ଜଣକ ଘଟଣା ବିଷୟରେ ସାଙ୍ଗମାନଙ୍କୁ ଜଣାଇବା ପରେ ଦୁଇ ଛାତ୍ରଙ୍କୁ ଅପହରଣ ପାଇଁ ଯୋଜନା କରିଥିଲେ। ତେବେ ଆଜି ମଧ୍ୟାହ୍ନ ସମୟରେ ଦୁଇ ଛାତ୍ର ପତ୍ରପଡା ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଯାଉଥିବା ବେଳେ ହଠାତ୍ ସେମାନଙ୍କ ସାମ୍ନାରେ ଏକ କାର୍ ଲାଗିଥିଲା। ଦୁଇ ଛାତ୍ର କିଛି ବୁଝିବା ପୂର୍ବରୁ କାର ରୁ ୪ ଜଣ ଯୁବକ ବାହାରି ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନଙ୍କୁ ଗୁରୁତର କରିବାପରେ କାରରେ ନେଇ ପଳାଇଥିଲେ। ଛାତ୍ରଙ୍କ ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ବିଳମ୍ୱିତ ରାତିରେ ପୁଲିସ ଚଢ଼ଉ କରି ଛାତ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଚଢଉ ଜାରି ରଖିଛି ପୁଲିସ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking