35.1 C
Bhubaneswar
Saturday, May 16, 2026
Homeଓଡିଶାଆଜି ପବିତ୍ର ସାବିତ୍ରୀ ବ୍ରତ

ଆଜି ପବିତ୍ର ସାବିତ୍ରୀ ବ୍ରତ

ଭୁବନେଶ୍ୱର: ଆଜି ସାବିତ୍ରୀ ବ୍ରତ । ଜ୍ୟେଷ୍ଠ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ବୋଲି କୁହାଯାଏ । ଏହି ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ । ଏଥିଲାଗି ସାରା ଓଡିଶାରେ ସଥବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରୁଛନ୍ତି । ରାଜ୍ୟର ସବୁଠି ସଧବା ମହିଳାମାନେ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରିବେ । କେହି କେହି ମନ୍ଦିରରେ ତ ପୁଣି କିଏ ଘରକୁ ପୂଜକଙ୍କୁ ଡକାଇ ପୂଜା କରିବେ । ମହିଳାମାନେ ପୂଜାର୍ଚ୍ଚନା ପରେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ମଥାରେ ସିନ୍ଦୂର, ହାତରେ ନୂଆ ଚୁଡି, ରଙ୍ଗ ବେରଙ୍ଗ ଶାଢୀରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିର ଓ ଘରେ ପୂଜା କରିଥାନ୍ତି । ସେପଟେ ଆଜି ସାବିତ୍ରୀ । ସ୍ୱାମୀଙ୍କ ପାଇଁ ବ୍ରତ ରଖିଛନ୍ତି ମହିଳା । ସେଥିପାଇଁ ଉପବାସ ରହି ଠାକୁରଙ୍କ ମନ୍ଦିର ଯାଇ ପୂଜାକରି ଫଳ ଭୋଗ କରିବେ । ସେଥିପାଇଁ ଫଳ ବଜାରରେ ପ୍ରବଳ ଭିଡ । ବିଭିନ୍ନ ପ୍ରକାର ଫଳରେ ସଜେଇ ହୋଇଛି ଦୋକାନ । ଫଳ କିଣିବା ପାଇଁ ଜମୁଛି ଦୋକାନ ମାନଙ୍କରେ ଭିଡ । ସାବିତ୍ରୀ ବ୍ରତ ଅବସରରେ ପୁରୀ ବେଳାଭୁମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ସୁନ୍ଦର ବାଲୁକା କଳା ମାଧ୍ୟମରେ ସଧବା ନାରୀଙ୍କ ଦୀର୍ଘାୟୁ କାମନା ଓ ମଙ୍ଗଳ ମନାସୀର ଶୁଭେଚ୍ଛା ଜଣାଇଥାନ୍ତି । ଏହି କଳାକୃତିରେ ସାବିତ୍ରୀ- ସତ୍ୟବାନ କାହାଣୀ ଓ ପୂଜାବିଧିକୁ ଅତି ନିଖୁଣ ଭାବେ ଫୁଟାଇ ବ୍ରତର ମହତ୍ତ୍ୱକୁ ପରିପ୍ରକାଶ କରିବା ସହିତ ଶାଢୀ, ଶଙ୍ଖା, ସିନ୍ଦୂର, ଫୁଲ ଓ ଫଳ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking