31 C
Bhubaneswar
Saturday, June 6, 2026
Homeଓଡିଶାଜଳବାୟୁ-ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି-ପିଭି (ଏଗ୍ରି-ଫୋଟୋଭୋଲ୍ଟାଇକ) କର୍ମଶାଳା ଅନୁଷ୍ଠିତ

ଜଳବାୟୁ-ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି-ପିଭି (ଏଗ୍ରି-ଫୋଟୋଭୋଲ୍ଟାଇକ) କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ନୀତି ନିର୍ଦ୍ଧାରକ, ଶକ୍ତି ବିଶେଷଜ୍ଞ, ବିକାଶକାରୀ ଓ କୃଷି କ୍ଷେତ୍ରର ପ୍ରତିନିଧିମାନଙ୍କୁ ନେଇ “ଓଡ଼ିଶାରେ ଜଳବାୟୁ-ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି-ପିଭି (AgriPV) ର ସମ୍ପ୍ରସାରଣ” ଶୀର୍ଷକ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକା ସାଙ୍ଗରେ ରାଜ୍ୟରେ କୃଷି ଓ ଶକ୍ତି କ୍ଷେତ୍ରର ମିଳିତ ଅଭିବୃଦ୍ଧି ବିଷୟରେ ଆଲୋଚନା କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ ଗ୍ରୀଡକୋ ଏବଂ ବସୁଧା ଫାଉଣ୍ଡେସନ ପକ୍ଷରୁ “ଏମପାୱାରିଙ୍ଗ ଫାର୍ମର୍ସ ଥ୍ରୋ ଏଗ୍ରି-ପିଭି” ରିପୋର୍ଟ, ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା (OSEAP) ୱେବ୍ ପ୍ଲାଟଫର୍ମର ଶୁଭାରମ୍ଭ, ଗଞ୍ଜାମର ସୋନପୁର ଓ ଗୋପାଳପୁରଠାରେ ଦୁଇଟି ୧୫୦ ମିଟର ପବନ ସମ୍ପଦ ଆକଳନ ମାଷ୍ଟ ର ଆରମ୍ଭ ଏବଂ ଛଅଟି ସବ୍-ଷ୍ଟେସନରେ ୧୨୫ ମେଗାୱାଟ / ୫୦୦ ମେଗାୱାଟ-ଆୱାର ବିଶିଷ୍ଟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ (BESS) ପ୍ରକଳ୍ପ ପାଇଁ ବ୍ୟାଟେରୀ ଶକ୍ତି ସଂରକ୍ଷଣ କ୍ରୟ ଚୁକ୍ତି ସାମିଲ ରହିଛି।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏଗ୍ରି-ପିଭି (AgriPV) ଓଡ଼ିଶାର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହ ଚାଷୀଙ୍କ ଆୟ ବୃଦ୍ଧି କରିପାରିବ। ଏହା ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ-ସହନଶୀଳ ଏବଂ ଚାଷୀ-କୈନ୍ଦ୍ରିକ ମଡେଲ ସୃଷ୍ଟି କରିବ। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ପ୍ରକାଶ କରିଛନ୍ତି ଯେ, ଓଡ଼ିଶା ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି, ସଂରକ୍ଷଣ ଏବଂ ତଥ୍ୟ-ଆଧାରିତ ଯୋଜନା ମାଧ୍ୟମରେ ଏନର୍ଜି ଟ୍ରାନଜିସନ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରୁଛି। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ ଯୋଗ କରିଛନ୍ତି ଯେ, ଆଧୁନିକ ଯୋଜନା ଏବଂ ସଂରକ୍ଷଣ ବ୍ୟବସ୍ଥା ସହ ଏଗ୍ରି-ପିଭିର ସମନ୍ୱୟ ଗ୍ରାମୀଣ ସମୁଦାୟ ପାଇଁ ସ୍ଥାୟୀ ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଆଣିଦେଇପାରିବ। ଓଡ଼ିଶାରେ ଏଗ୍ରି-ପିଭି (AgriPV) ର ବ୍ୟାପକ ପ୍ରସାର ପାଇଁ ନୀତି, ଆର୍ଥିକ ବ୍ୟବସ୍ଥା ଏବଂ କାର୍ଯ୍ୟାନ୍ୱୟନ କୌଶଳ ଉପରେ ବୈଷୟିକ ଆଲୋଚନା ସହିତ ଏହି କର୍ମଶାଳା ସମାପ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking