ଭୁବନେଶ୍ୱର: କବିସୂର୍ଯ୍ୟନଗର ହାଜତ ମୃତ୍ୟୁର ତଦନ୍ତ କରିବ ଏଚଆରପିସି । ଏଚଆରପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ । ସୂଚନାଥାଉକି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନାରେ ପୋଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ପୋଲିସ ମାଡରେ ପ୍ରାଣ ହରାଇଥିବା ଦିବ୍ୟାଙ୍ଗ ହେଉଛନ୍ତି ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ ତାଙ୍କ ପତ୍ନୀଙ୍କ ଅଭିଯୋଗ ହିସାବରେ ଗଲା ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମାଲାରେ ସୁଶାନ୍ତଙ୍କୁ ଥାନାକୁ ପୋଲିସ ନେଇଥିଲା । କାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସୁଶାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ, କିନ୍ତୁ ସେଠି ତାଙ୍କର ମୃତ୍ୟୁ ହୋଇଥିଲା ।ଥାନାରେ ମାଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ବଡ ପ୍ରଶ୍ନ ହେଉଛି , ପୋଲିସ ଲୋକଙ୍କୁ ହାଜତକୁ ନେଇ ଥାର୍ଡ ଡିଗ୍ରୀ କରିବାର ଅଧିକାର ଦେଲା କିଏ ।










