32.1 C
Bhubaneswar
Tuesday, May 12, 2026
Homeଦେଶ ବିଦେଶପାକିସ୍ତାନର ଖାଇବର ପଖତୁନଖ୍ୱାରେ ରିକ୍ସାରେ ବୋମା ବିସ୍ଫୋରଣ

ପାକିସ୍ତାନର ଖାଇବର ପଖତୁନଖ୍ୱାରେ ରିକ୍ସାରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ବଜାରରେ ମଙ୍ଗଳବାର ଦିନ ଏକ ରିକ୍ସାରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣ ଘଟି ନଅ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ରୁ ଅଧିକ ଆହତ ହୋଇଥିବା ପୁଲିସ କହିଛି। ସ୍ଥାନୀୟ ପୁଲିସ ମୁଖ୍ୟ ଆଜମତ ଉଲ୍ଲା କହିଛନ୍ତି , ଖାଇବର ପଖତୁନଖ୍ୱା ପ୍ରଦେଶର ଲକ୍କି ମାରୱାଟ ଜିଲ୍ଲାରେ ଏହି ଆକ୍ରମଣ ଘଟିଛି।ସେ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଦୁଇଜଣ ଟ୍ରାଫିକ ପୁଲିସ ଅଧିକାରୀ ଏବଂ ଜଣେ ମହିଳା ଅଛନ୍ତି। ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ ହୋଇନାହାନ୍ତି, କିନ୍ତୁ ସନ୍ଦେହ ହେଉଛି ଯେ, ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ହାତ ଏହା ପଛରେ ରହିଛି। ଏହି ଗୋଷ୍ଠୀ ଆଫଗାନିସ୍ତାନର ତାଲିବାନ ସରକାରଙ୍କଠାରୁ ଅଲଗା କିନ୍ତୁ ତାଙ୍କ ସହଯୋଗୀ। ପାକିସ୍ତାନୀ ସୁରକ୍ଷା ବାହିନୀ ବିରୋଧରେ ଟିଟିପି ନିଜର ଏହାର ଅଭିଯାନକୁ ଜୋରଦାର୍ କରିଛି।ନିକଟବର୍ତ୍ତୀ ବାନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ବନ୍ଧୁକ ଆକ୍ରମଣରେ ୧୫ ଜଣ ପୁଲିସ ଅଧିକାରୀ ପ୍ରାଣ ହରାଇବାର କିଛି ଦିନ ପରେ ଏହି ସଦ୍ୟତମ ଆକ୍ରମଣ ଘଟିଛି। ପାକିସ୍ତାନୀ କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ଆଫଗାନିସ୍ତାନର ତାଲିବାନ ସରକାର ଉପରେ ଟିଟିପି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ କରିଆସୁଛନ୍ତି। କାବୁଲ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, ଆତଙ୍କବାଦୀମାନଙ୍କୁ ଅନ୍ୟ ଦେଶ ବିରୋଧରେ ଆକ୍ରମଣ କରିବା ପାଇଁ ଆଫଗାନିସ୍ତାନ ନିଜ ମାଟି ବ୍ୟବହାର କରିବାକୁ ଅନୁମତି ଦିଏ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking