32.1 C
Bhubaneswar
Tuesday, May 12, 2026
Homeଦେଶ ବିଦେଶହିମାଚଳି ରୂପରେ ପ୍ରୀତି ଜିଣ୍ଟା

ହିମାଚଳି ରୂପରେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ସୋମବାର ସ୍ଥାନୀୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚ୍‌ ବେଳେ ପଞ୍ଜାବ କିିଙ୍ଗ୍‌ସ ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ନୂଆ ରୂପ ସାମାଜିକ ଗଣାମଧ୍ୟମରେ ବେଶ ଭାଇରାଲ୍‌ ହୋଇଛି । ପ୍ରୀତି ପାରମ୍ପାରିକ ହିମାଚଳି ଟୋପି ପରିଧାନ କରିବା ସହ ଭାରି ସୁନ୍ଦର ଲାଗୁଥିଲେ । ଏଥି ସହ ପ୍ରୀତି ମଧ୍ୟ ତାଙ୍କ ହିମାଚଳ ସମ୍ପୃକ୍ତି ଓ ଭଲପାଇବାକୁ ପ୍ରଦର୍ଶିତ କରିଥିଲେ । ପ୍ରୀତି ଶିମଳାରେ ଜନ୍ମଗ୍ରହଣ କରିଥିବାରୁ ହିମାଚଳ ପ୍ରଦେଶ ସହ ତାଙ୍କ ସମ୍ପୃକ୍ତି ମଧ୍ୟ ବହୁ ପୁରୁଣା ।ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯାଇଥିବା ସୋମବାର ମ୍ୟାଚ୍‌ରେ ପ୍ରୀତିଙ୍କ ଗ୍ଲାମର୍‌ ଓ ସ୍ଥାନୀୟ ସମ୍ପୃକ୍ତି କିନ୍ତୁ ଶେଷରେ ଫିକା ପଡ଼ିଯାଇଥିଲା । କାରଣ ପଞ୍ଜାବ କ୍ରମାଗତ ୭ ମ୍ୟାଚ୍‌ରେ ଅପରାଜିତ ରହିବା ପରେ ଲାଗାତାର ଚତୁର୍ଥ ପରାଜୟ ବରଣ କରିଥିଲା । ପ୍ରୀତିଙ୍କ ସହ ତାଙ୍କ ପତି ଜେନ୍‌ ଗୁଡ୍‌ଏନଫ୍‌ ମଧ୍ୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଉପସ୍ଥିତି ରହି ପଞ୍ଜାବ କିଙ୍ଗ୍‌ସକୁ ଉତ୍ସାହିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking