ଭୁବନେଶ୍ୱର: ରାଜଧାନୀରେ ପୁଲିସର ‘ନାଇଟ୍ ଅପରେସନ’। ଆକ୍ସନ ମୋଡରେ କମିଶନରେଟ ପୁଲିସ୍ । ଡିଜିପିଙ୍କ ସହ ଆଲୋଚନା ପରେ ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ । ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୁଲିସ୍ । ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଦୁର୍ଘଟଣା କେମେଇବା ପାଇଁ ପୁଲିସ୍ ଏବେ ‘ଆକ୍ସନ ମୋଡ’କୁ ଆସିଛି । ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକରେ ଜୋରଦାର ନାଇଟ୍ ପେଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିବା ଦେଖିବାକୁ ମିଳିଛି । ଡିଜିପିଙ୍କ ଗୁରୁମନ୍ତ୍ର ପରେ ତତ୍ପରତା ହୋଇଛନ୍ତି ପୁଲିସ୍ ଅଧିକାରୀ । ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ କମିସନରେଟ ପୋଲିସର ବରିଷ୍ଠ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ପରେ ସହରର ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଛି । ରାତି ସମୟରେ ଅପରାଧୀଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଛି । ମଦ୍ୟପ ଚାଳକଙ୍କ ଉପରେ କଡ଼ା ନଜର ରଖାଯାଇଛି । ପୋଲିସ ପକ୍ଷରୁ ବ୍ରେଥ୍ ଆନାଲାଇଜର ସାହାଯ୍ୟରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ପ୍ରତିଟି ସନ୍ଦିଗ୍ଧ ବାହାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।










