ଭୁବନେଶ୍ୱର: ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ପୀଡିତାଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କଲେ ମହିଳା କମିଶନ ଅଧ୍ୟକ୍ଷା । ପୀଡିତା ଓ ସାଙ୍ଗ ସୁସ୍ଥ ଅଛନ୍ତି, ନିରପେକ୍ଷ ତଦନ୍ତ ହେବ କହିଲେ ଅଧ୍ୟକ୍ଷା । ତଦନ୍ତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବୁ କହିଛନ୍ତି । ସୂଚନାଥାଉକି, ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଂଚଳର ବାଲଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଅଂଚଳରେ। ଜିଆରପି ପୁଲିସରେ କାର୍ୟ୍ୟ କରୁଥିବା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିଛନ୍ତି କିଛି ସ୍ଥାନୀୟ ଲୋକ। ବଡ କଥା ହେଉଛି ପୁଲିସ ଉପସ୍ଥିତିରେ ପିଟିପିଟି ମାରି ଦେଇଛନ୍ତି । ତାଲିବାନୀ ଭଳି ଗୋଡ଼ ହାତ ବାନ୍ଧି, ପଶୁ ଭଳି ଝୁଲାଇ ଅତି ନୃଶଂସ ଭାବରେ ମାଡ଼ ମାରିବାରୁ ଚାଲିଯାଇଛି ଯୁବକଙ୍କ ଜୀବନ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଯୁବତୀ ଏକ ସ୍କୁଟିରେ ଯାଉଥିଲେ। ପଛପଟୁ ଆସୁଥିବା ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା। ସେଇଠୁ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ। ବାଇକରେ ଥିବା ଯୁବକ, ଯୁବତୀଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଣି ପାଟି କରିଥିଲେ। ବାଟରେ ଯାଉଥିବା ଲୋକ ଏହାର ପ୍ରତିବାଦ କରିବାରୁ ପାଟିତୁଣ୍ଡ ହୋଇଥିଲା।










