35.1 C
Bhubaneswar
Friday, May 8, 2026
Homeଓଡିଶାସୌମ୍ୟ ହତ୍ୟା ଘଟଣା:୨ ଯୁବତୀଙ୍କ ଗିରଫ ଦାବି

ସୌମ୍ୟ ହତ୍ୟା ଘଟଣା:୨ ଯୁବତୀଙ୍କ ଗିରଫ ଦାବି

ଭୁବନେଶ୍ୱର: ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ଓ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ପ୍ରଥମେ ପୀଡିତାଙ୍କ ବୟାନ ସାମ୍ନାକୁ ଆସିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ମୃତ ସୌମ୍ୟଙ୍କ ସାଙ୍ଗ। ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ସୌମ୍ୟ ଆଦୌ ନିଶା କରନ୍ତି ନାହିଁ। ଆମକୁ ମଧ୍ୟ ବାରଣ କରନ୍ତି। ସମସ୍ତଙ୍କୁ ସବୁବେଳେ ସାହାଯ୍ୟ, ସହଯୋଗ କରନ୍ତି। ୨ ଯୁବତୀଙ୍କୁ ଗିରଫ କରାଯାଉ। ସେମାନେ ମିଛ କହୁଛନ୍ତି। ପୁଲିସର ବ୍ୟବସ୍ଥା ସଠିକ ନଥିଲା ବୋଲି ମଧ୍ୟ ସେ କହିଛନ୍ତି।ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି। କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ୟ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଛନ୍ତି। ତାଙ୍କର ହାତଗୋଡ଼ ବାନ୍ଧି ପଶୁ ଭଳି ନୃଶଂସ ଭାବେ ମାଡ଼ ମାରିବାରୁ ତାଙ୍କର ପ୍ରାଣ ଚାଲିଯାଇଛି। ବଡ଼କଥା ହେଉଛି ଘଟଣା ସମୟରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ବେ କେବଳ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି।

ବାଲିଅନ୍ତା ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି। ଟ୍ରକରେ ମେଡିକାଲ ଯାଇଥିଲେ ସୌମ୍ୟରଞ୍ଜନ। ଆମ୍ବୁଲାନ୍ସ ବଦଳରେ ଗୁରୁତର ସୌମ୍ୟଙ୍କୁ ଟ୍ରକରେ ମେଡିକାଲ ନିଆଯାଇଥିଲା। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟରେ ସୌମ୍ୟ ଟ୍ରକରେ ଯାଉଥିବା ରେକର୍ଡ ହୋଇଛି। ଆଗରେ ପିସିଆର ଭ୍ୟାନ ଓ ପଛରେ ଟ୍ରକରେ ସୌମ୍ୟ ଯାଉଥିବା ଦେଖାଯାଇଛି। ଆମ୍ବୁଲାନ୍ସରେ ନିଆଯାଇନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।ସୂଚନାଯୋଗ୍ୟ, ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking