27.1 C
Bhubaneswar
Monday, June 22, 2026
Homeଦେଶ ବିଦେଶନାଡ଼ାରେ ୨୨ ବର୍ଷୀୟା ଗୁଜରାଟୀ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା

ନାଡ଼ାରେ ୨୨ ବର୍ଷୀୟା ଗୁଜରାଟୀ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା

ଅହମଦାବାଦ: କାନାଡାର ନିଆଗାରା ଅଞ୍ଚଳରେ ରହୁଥିବା ଗୁଜରାଟର ଜଣେ ୨୨ ବର୍ଷୀୟ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା କରାଯାଇଥିବା ପୁଲିସ କହିଛି। ମୃତ ଛାତ୍ରୀ ଜଣକ ଗୁଜରାଟର ଆନନ୍ଦ ଜିଲ୍ଲାର ବୋରସାଦର ବାସିନ୍ଦା ବିଧି କଳ୍ପେଶଭାଇ ମେଘାନି ଭାବରେ ଚିହ୍ନଟ କରାଯାଇଛି। ବିଧି ଚାରି ବର୍ଷ ହେଲା କାନାଡାରେ ରହି ଆଇନ ପାଠ ପଢ଼ୁଥିଲେ ଓ ପାର୍ଟଟାଇମ୍ ଚାକିରି ସହିତ ପାଠ ପଢ଼ୁଥିଲେ। ମେ ୧୫ ତାରିଖରୁ ବିଧି ନିଖୋଜ ଥିଲେ। ତଦନ୍ତରୁ ବିଧିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। କାନାଡା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଲାସି କରୁଛି। କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବିଧି କାନାଡାରେ ସ୍ଥାୟୀ ବାସିନ୍ଦା ହେବା ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ମେ ୧୫ ତାରିଖରେ ନିଆଗାରା ଅଞ୍ଚଳରେ ତାଙ୍କ ବାସଭବନ ଛାଡିବା ପରେ ଆକ୍ରମଣ ହୋଇଥିଲା। ପୁଲିସ କହିଛି ଯେ, ଯୁବତୀଙ୍କୁ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରାଯାଇଥିଲା ଓ ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା। ଘଟଣା ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking