ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଅମିୟମିତତା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ବିଧାୟିକା ଉପାସନା ମହାପାତ୍ର ଏବଂ ବିଧାୟକ ପୂର୍ଣ୍ଣ ସେଠୀଙ୍କ ଭୋଟକୁ ନେଇ ଅଭିଯୋଗ ଆଣିଥିଲା ବିଜେଡି । ସେମାନେ ପପ୍ରଥମ ବାଲଟ ପେପରରେ ଭୁଲ ଭୋଟିଂ କରିବାରୁ ଦ୍ୱିତୀୟ ପେପର ଦେଇଥିଲେ ନିର୍ବାଚନ ଅଧିକାରୀ । ବିଜେଡି ଏହାର ପ୍ରତିବାଦ କରିବା ସତ୍ତ୍ୱେ ଶୁଣିନଥିଲେ ନିର୍ବାଚନ ଅଧିକାରୀ । ଦ୍ୱିତୀୟ ବାଲଟ ପେପରରେ ମଧ୍ୟ ବିଜେପି ବିଧାୟକ ଭୋଟ ଦେଇଥିଲେ ଏହାକୁ ନିୟମ ବିରୋଧୀ ଏବଂ ଅଗଣତାନ୍ତ୍ରିକ ଅଭିଯୋଗ କରି ସିଇଓଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ସେପଟେ ମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡିର ମୁର୍ଖତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।










