ଭୁବନେଶ୍ୱର: ହିଞ୍ଜିଳି ଖରିଡା ମର୍ଡର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସରକାର ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ବିରୋଧୀଦଳ ନେତା ଲେଖିବାର କିଛି କାରଣ ନାହିଁ । ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବା ସହ ଛୁଆ ପାଇଁ ଯାହା କରିବା କଥା କରିବେ । ସୂଚନା ଥାଉକି, ଗତକାଲି ଖରିଡା ଗାଁରେ ଘଟିଥିବା ଘଟଣାରେ ତଦନ୍ତ ଦାବି କରିବା ସହ ୩ ବର୍ଷ ଝିଅକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ।










