44.1 C
Bhubaneswar
Wednesday, April 22, 2026
Homeଓଡିଶାସୁନ୍ଦରଗଡରେ ୨୭ ଯାଏଁ ସ୍କୁଲ ଛୁଟି

ସୁନ୍ଦରଗଡରେ ୨୭ ଯାଏଁ ସ୍କୁଲ ଛୁଟି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ କାଲିଠୁ ୨୭ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ହିଟୱେଭକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ ଘୋଷଣା କରିଛନ୍ତି । ସେହିରି ସମ୍ବଲପୁର ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବଢିଲା । ୨୪ ଯାଏଁ ଛୁଟି ବୃଦ୍ଧି ନେଇ ସୂଚନା ଦେଲେ ଜିଲ୍ଲାପାଳ । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ଅବଧି ବଢିଛି । ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ବୃଦ୍ଧି କଲା ଜିଲ୍ଲା ପ୍ରଶାସନ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ସକାଳ ୭ରୁ ୯ ଯାଏଁ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀ ନିଷ୍ପତ୍ତି ନେଇଛନ୍ତି । ଗତକାଲି ଓସେପା ପକ୍ଷରୁ କୁହାଯାଇଛି ଯେ, ଅଭିଭାବକଙ୍କ ହ୍ୱାଟସଆପରେ ଛାତ୍ରଛାତ୍ରୀଙ୍କ ଆସାଇନମେଣ୍ଟ ପଠାଯିବ ଏବଂ ଅନଲାଇନ ମାଧ୍ୟମରେ କ୍ଲାସ କରାଯିବ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍କୁଲ ମଧ୍ୟ ଛୁଟି କରାଯାଇଛି । ସ୍ଥିତକୁ ଦେଖି ସ୍କୁଲ ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking