ଭୁବନେଶ୍ୱର: ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ସୋଫିଆ । ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ ହୋଇଛି । ଏଥି ସହିତ ପାର୍କିଂ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରବଳ ବର୍ଷିଛନ୍ତି । ପିଏମ ସ୍ୱନିଧି ଯୋଜନାକୁ କାହିଁକି ବାଧ୍ୟତାମୂଳକ କଲେ? ଯେଉଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ଜଣାଇ ଏହାର ପଞ୍ଜୀକୃତ କାହିଁକି କରେଇଲେନି ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ । ଶେଷରେ ସୋଫିଆ କହିଛନ୍ତି ଏସଓପିରେ ଯାହା କିଛି ରହିଛି ସେସବୁକୁ ରିଜେକ୍ଟ କରୁଛୁ । ହରିଲୁଟ କରିବା ପାଇଁ ପ୍ରୟାସ ନ କରି ସ୍ୱଚ୍ଛତାର ସହ କାମ କରନ୍ତୁ । କଟକ ବାସୀ ଶାନ୍ତ ହୋଇଥାଇପାରନ୍ତି କିନ୍ତୁ ଅନ୍ଧ ନୁହଁନ୍ତି । ସେମାନଙ୍କୁ ଏହା ମାଧ୍ୟମରେ ସେମାନଙ୍କ ପେଟକୁ ଲାତ ମାରିବା ଗ୍ରହଣୀୟ ନୁହେଁ । ମେୟରଙ୍କ ସହ କମିସନରଙ୍କୁ ମଧ୍ୟ କଡା ତାଗିଦ କରି କହିଛନ୍ତି ଯଦି ଏହି ଦୁର୍ନୀତିରେ ଆପଣ ମାନେ ସାମିଲ ହୁଅନ୍ତି ତେବେ କଟକ ବାସୀ ଛାଡିବେ ନାହିଁ । ସୂଚନାଥାଉକି, ସହରର ଉନ୍ନତିମୂଳକ କାମରେ ସୋଫିଆ ବାଧା ସୃଷ୍ଟି କରୁଥିବା କହିଥିଲେ ମେୟର ସୁବାସ ସିଂ ।










