27.6 C
Bhubaneswar
Wednesday, April 15, 2026
Homeଓଡିଶାବାହାର ରତ୍ନଭଣ୍ଡାରରୁ ୩ ରତ୍ନ ଗାଏବ୍: ସିଂହଦ୍ୱାର ଥାନାରେ ଏତଲା

ବାହାର ରତ୍ନଭଣ୍ଡାରରୁ ୩ ରତ୍ନ ଗାଏବ୍: ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ରତ୍ନ ଗାଏବ୍। ଆସିଛି ଏଭଳି କିଛି ସାଙ୍ଘାତିକ ଅଭିଯୋଗ। ବାହାର ରତ୍ନଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ଥିବା ନେଇ ଏବେ ଥାନାରେ ମାମଲା ପହଞ୍ଚିଛି। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟା ପରେ ଏହି ବିବାଦ ଉଗ୍ର ରୂପ ନେଇଛି। ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ରତ୍ନ ଅଳଙ୍କାର ଚୋରି ହୋଇଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି। ଯଦି ରାଜ୍ୟ ପୋଲିସ ଏହାର ସଠିକ୍ ତଦନ୍ତ ନକରେ, ତେବେ ଆଗାମୀ ଦିନରେ ସିବିଆଇର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛି ଜଗନ୍ନାଥ ସେନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking