25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଶପଥ ନେଲେ ଓଡିଶାର ୩ ସାଂସଦ

ଶପଥ ନେଲେ ଓଡିଶାର ୩ ସାଂସଦ

ନୂଆଦିଲ୍ଲୀ: ଶପଥ ନେଲେ ନବନିର୍ବାଚିତ ଓଡିଶାର  ୩ ରାଜ୍ୟସଭା ସାଂସଦ । ରାଜ୍ୟସଭା ସଂସଦ ଭାବେ ମନମୋହନ ସାମଲ, ଦିଲ୍ଲୀପ ରାୟ ,ଡଃ ସଂତୃପ୍ତ ମିଶ୍ର  ଶପଥ ନେଇଛନ୍ତି । ମନମୋହନ ସାମଲଙ୍କ ରାଜ୍ୟସଭାରେ ଏହା ଦ୍ୱିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦ରୁ ୨୦୦୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର  ପ୍ରଥଛମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।ବିଜେଡି ପକ୍ଷରୁ ସଦସ୍ୟାତା ଗ୍ରହଣ କରିଛନ୍ତି ସଂତୃପ୍ତ ମିଶ୍ର । ଆଜି ସେ ଶପଥ କରିଛନ୍ତି । ସେହିପରି ଦିଲ୍ଲୀପ ରାୟଙ୍କର ରାଜ୍ୟସଭାରେ ଏହା ତୃତୀୟ ପାଳି । ୧୮ ବର୍ଷ ପରେ ପୁଣି ରାଜ୍ୟସଭାକୁ ଫେରିଛନ୍ତି  ଦିଲ୍ଲୀପ । ପୂର୍ବରୁ  ଦିଲ୍ଲୀପ ଗୋଟିଏ ଥର ଜନତା ଦଳ ଟିକେଟରେ  ରାଜ୍ୟସଭାକୁ ଯାଇଥିବା ବେଳେ ଥରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେପି ସମ୍ବର୍ଦ୍ଧିତ ସ୍ୱାଧୀନ ପ୍ରାର୍ଥୀ ଭାବେ  ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ବିଜେପିର  ଅନ୍ୟତମ ସାଂସଦ ସୁଜିତ କୁମାର ଆଜି ଶପଥ ନେଇନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking