28.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶମହଙ୍ଗା ହେବ ବିମାନ ଭଡ଼ା!

ମହଙ୍ଗା ହେବ ବିମାନ ଭଡ଼ା!

ନୂଆଦିଲ୍ଲୀ: ଦେଶର ବିମାନ ଭଡ଼ା ମହଙ୍ଗା ହେବା ଆଶଙ୍କା ଦେଖାଦେଇଛି। ଜେଟ୍ ଇନ୍ଧନ ମୂଲ୍ୟ ଦୁଇଗୁଣା‌ରୁ ଅଧିକ ବୃଦ୍ଧି ପାଇଛି। ଏହା ଯୋଗୁଁ ବିମାନ ଭଡ଼ା ମଧ୍ୟ ଶୀଘ୍ର ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ବୁଧବାର ତୈଳ କମ୍ପାନିଗୁଡ଼ିକ ଏପ୍ରିଲ ମାସ ପାଇଁ ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ, ଘରୋଇ ବିମାନ ପାଇଁ ଜେଟ୍ ଇନ୍ଧନ ମୂଲ୍ୟ ପ୍ରାୟ ୧୧୫ ପ୍ରତିଶତ ଏବଂ ଅନ୍ତର୍ଜାତୀୟ ବିମାନ ପାଇଁ ପ୍ରାୟ ୧୦୭ ପ୍ରତିଶତ ବୃଦ୍ଧି ପାଇଛି।  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜେଟ୍ ଇନ୍ଧନର ମୂଲ୍ୟ ଏବେ ପ୍ରତି କିଲୋ ଲିଟର ବା ଏକ ହଜାର ଲିଟର ପିଛା ୨,୦୭,୩୪୧ ଟଙ୍କା ହୋଇଛି। ଗତ ମାସରେ, ଦିଲ୍ଲୀ ବିମାନବନ୍ଦରରେ ଜେଟ୍ ଇନ୍ଧନର ମୂଲ୍ୟ ପ୍ରତି କିଲୋ ଲିଟର ୯୬,୬୩୮ ଟଙ୍କା ଥିଲା ଏବଂ ଏବେ ଏହା ୧୧୪ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି, କୋଲକାତା ଏବଂ ଚେନ୍ନାଇରେ ମଧ୍ୟ ଜେଟ୍ ଇନ୍ଧନର ମୂଲ୍ୟ ଦୁଇ ଲକ୍ଷ ଅତିକ୍ରମ କରିଛି। ମୁମ୍ବାଇରେ, ଗତ ମାସରେ ଏକ କିଲୋ ଜେଟ୍ ଇନ୍ଧନର ମୂଲ୍ୟ ୯୦,୪୫୧ ଟଙ୍କା ଥିଲା, ଯାହା ଏବେ ୧୧୫ ପ୍ରତିଶତ ବୃଦ୍ଧି ପାଇ ୧,୯୪,୯୬୮ ଟଙ୍କା ହୋଇଛି।ଭାରତରେ ପ୍ରଥମ ଥର ପାଇଁ, ଅନ୍ତର୍ଜାତୀୟ ବିମାନ ପାଇଁ ଜେଟ୍ ଇନ୍ଧନ କିଲୋଗ୍ରାମ ପିଛା ୧,୦୦୦ ଡଲାର ଅତିକ୍ରମ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking