26.1 C
Bhubaneswar
Sunday, March 1, 2026
Homeଦେଶ ବିଦେଶଓମାନର ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ

ଓମାନର ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ରବିବାର ଇରାନ ପକ୍ଷରୁ ଓମାନର ‘ସ୍ଲାଇଲାଇଟ୍’ ନାମକ ଏକ ତେଲ ଟାଙ୍କରକୁ ଟାର୍ଗେଟ୍ କରାଯାଇଛି । ଓମାନର ମୁସାଣ୍ଡମ ପ୍ରାୟଦ୍ୱୀପ ନିକଟରେ ଘଟିଥିବା ଏହି ଆକ୍ରମଣ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି । ବିଶେଷ କରି ଏହି ଜାହାଜରେ ୧୫ ଜଣ ଭାରତୀୟ କ୍ରୁ ମେମ୍ବର ଥିବା ସୂଚନା ମିଳିଛି । ପଲାଉ ପତାକାଧାରୀ ଏହି ତେଲ ଟାଙ୍କରରେ ମୋଟ ୨୦ ଜଣ କର୍ମଚାରୀ ଥିଲେ, ଯେଉଁଥିରେ ୧୫ ଜଣ ଭାରତୀୟ ରହିଥିଲେ । ସୌଭାଗ୍ୟବଶତଃ ସମସ୍ତ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି, ଯଦିଓ ଏହି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଖବର ମିଳିଛି । ଇରାନର ଏହି ଦୁଃସାହସ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, “ଇରାନ ଉପରେ ଏଭଳି ଆକ୍ରମଣ ହେବ ଯାହା ପୂର୍ବରୁ କେବେ ଦେଖାଯାଇନଥିବ  ଆମେରିକା ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି । ରାଜଧାନୀ ତେହେରାନର ଅନେକ ସ୍ଥାନରେ ପ୍ରକମ୍ପିତ ହୋଇଛି ବିସ୍ଫୋରଣ ।

ଏହି ଆକ୍ରମଣରେ ଇରାନର ମିଲିଟ୍ରୀ ଚିଫ୍ ମୁସାଭିଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଉଛି । କତାର ଏହି ଘଟଣାକୁ ଓମାନର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି କହି କଡ଼ା ନିନ୍ଦା କରିଛି । ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନର ଜନସାଧାରଣଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, “ହେ ଇରାନବାସୀ, ଏହି ଅତ୍ୟାଚାରୀ ଶାସନରୁ ମୁକ୍ତି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଲକ୍ଷ ଲକ୍ଷ ସଂଖ୍ୟାରେ ରାଜପଥକୁ ଓହ୍ଲାନ୍ତୁ ଏବଂ ଏହି ଆତଙ୍କୀ ଶାସନକୁ ଉଖାଡ଼ି ଫିଙ୍ଗି ଦିଅନ୍ତୁ । ଆମେ ଆପଣଙ୍କ ସହ ଅଛୁ ।” ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି । ଇରାନ ମଧ୍ୟ ପାଲଟା ଜବାବରେ ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ବେସ୍ ଉପରେ କ୍ରମାଗତ ଆକ୍ରମଣ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking