ଭୁବନେଶ୍ୱର: ବିନା ପିୟୁସିସିରେ ପରିବହନ ବିଭାଗର ମାଳ ମାଳ ଗାଡି ଗଡୁଛି । ଏନେଇ ବିଧାନସଭାର ଲିଖିତ ଉତ୍ତରରୁ ଆସିଲା ସାଙ୍ଘାତିକ ତଥ୍ୟ । ପରିବହନ କାର୍ଯ୍ୟାଳୟରେ ନିୟୋଜିତ ହୋଇଛି ୨୪୨ଟି ଗାଡି । ସେଥି ମଧ୍ୟରୁ ୪୪ଟି ଗାଡି ରାଜ୍ୟ ସରକାରଙ୍କ ନିଜସ୍ୱ ରହିଛି । ୧୯୮ଟି ଗାଡି ଭଡାରେ ଆଣିଛନ୍ତି ରାଜ୍ୟ ସରକାର । ସବୁ ଗାଡିର ପିୟୁସିସି ଅବଧି ୨୦୨୫ ଡିସେମ୍ବର ୨୨ରୁ ଶେଷ ହୋଇଛି ।










