29.1 C
Bhubaneswar
Sunday, February 15, 2026
Homeଓଡିଶାଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିପାରିବନି ଡ୍ରୋନ୍

ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିପାରିବନି ଡ୍ରୋନ୍

ଆଜି ଜାଗର। ଦେବାଧି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ସଜେଇ ହୋଇଛି ରାଜ୍ୟ ତଥା ଦେଶର ତମାମ ଶିବ ମନ୍ଦିର । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି । ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର ।

ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସେପଟେ ଆଜି ମହାଶିବରାତ୍ରି ଉପଲକ୍ଷେ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁ ମାନଙ୍କ ଗହଳିଚହଳି ଲାଗିରହିଛି । ଏହି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି । ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିପାରିବନି ଡ୍ରୋନ୍ । ଏହି କଟକଣା ଲଗାଇଛି କମିଶନରେଟ୍ ପୁଲିସ । ଲିଙ୍ଗରାଜ ମନ୍ଦିର ଅଞ୍ଚଳକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ମନ୍ଦିର ଚାରିପଟେ ବିନା ଅନୁମତିରେ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ମାନବବିହୀନ ଏରିଏଲ୍ ଡିଭାଇସ୍ ଉଡାଇବା ନିଷେଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking