ଭୁବନେଶ୍ୱର: ଲୁଲୁ ମହାପାତ୍ର ସ୍ମୃତିକମିଟି ତରଫରୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ୬୨ତମ ଜନ୍ମ ଦିବସ କଂଗ୍ରେସ ଭବନ ସମ୍ମୁଖରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରା ବାଣୀବିହାର ଠାରୁ ବାହାରି ରୂପାଲି ଛକ, ସତ୍ୟନଗର, ରାମମନ୍ଦିର ଛକ, ମାଷ୍ଟରକ୍ୟାଂଟିନ ଛକ, ରାଜମହଲ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଲୁଲୁ ମହପାତ୍ରଙ୍କ ୨୦ଫୁଟର ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେଠରୁ ଲୁଲୁପ୍ରେମୀ ଯୁବକମାନେ ମୋଟରସାଇକେଲ ଶୋଭାଯାତ୍ରରେ କଂଗ୍ରେସ ଭବନ ସମ୍ମୁଖରେ ପହଞ୍ôଚଥିଲେ । କାର୍ଯ୍ୟକ୍ରମ ସ୍ଥଳୀରେ ବରିଷ୍ଠ ନେତୃବୃନ୍ଦ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଶରତ ରାଉତ, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଇ ଛେନାପୋଡ଼ କଟାଯାଇଥିଲା ।
ସେଠାରେ କିଛି ସମୟ ଲୁଲୁଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲଲାଟେନ୍ଦୁ ମହାପାତ୍ର, ପ୍ରକାଶ ଜେନା, ସମୀର ରାଉତରାୟ, ପୃଥିବଲ୍ଲଭ ପଟ୍ଟନାୟକ, ଚିନ୍ମୟ ପ୍ରସାଦ ବେହୁରା, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଅସିତ କୁମାର ପଟ୍ଟନାୟକ, ବିନୋଦ ପାତ୍ର, କୃଷ୍ଣଚନ୍ଦ୍ର ସଗରିଆ, ମନୋରଞ୍ଜନ ଦାଶ, ଯୋଗୀନାଥ ବାହୁବଳେନ୍ଦ୍ର, ମନୋଜ ସାହୁ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, କିର୍ତ୍ତନାନନ୍ଦ ଦାସ, ସେକ୍ ମୁସ୍ତାଫା, ବିଶ୍ୱଭୂଷଣ ଦାସ, ପ୍ରମୋଦ ସାହୁ, ସୁଶାନ୍ତ ବେହେରା, ବିଜୟାନନ୍ଦ ଚାଉଳିଆ, ଦେଓ ପ୍ରସାଦ, ଅମିତ ମହାନ୍ତି, ରଜନୀ ମହାନ୍ତି, ମଣ୍ଟୁ ମଲ୍ଲିକ, ଚୈତାଳୀ ପଟ୍ଟନାୟକ, ଅମିଶା ସାମନ୍ତରାୟ, ନିରୁପମା ପାତ୍ର, ଖଗେଶ୍ୱର ମଲ୍ଲିକ, ଶ୍ରିୟାସ୍ମିତା ପଣ୍ଡା, ପ୍ରଦୀପ ମହାପାତ୍ର, ବିଶ୍ୱକଲ୍ୟାଣୀ କର, ମନୋଜ ବିଶ୍ୱାଳ, ମନୋଜ ରାଉତ, ସୁଦର୍ଶନ ଦାସ, ଜୟଶ୍ରୀ ପାତ୍ର, ଅମୀୟ ପଟ୍ଟନାୟକ, ଅଭୟ ସାହୁ, ମିଲନ ପଟ୍ଟନାୟକ, କିରଣ ସାହୁ, ହିଂମାଶୁ ଲେଙ୍କା, ସନ୍ତୋଷ ମହାନ୍ତି, ଅଭିଳାଶ ମାଣିଆ, ପ୍ରାଚୀ ରାଉତରାୟ, ଅବଧୂତ ସ୍ୱାଇଁ, ଅମୀୟ ଦାସ, ଦେବାଶିଷ ମହାପାତ୍ର, ରାଜକିଶୋର ବାରିକ, ଆଶିଷ ମଲ୍ଲିକ, ହାର୍ଦ୍ଦିକ ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ମାନସ ସେଠୀ, ବିନୋଦ ରାଉତ, ସତ୍ୟବ୍ରତ ନାୟକ, ଧରିତ୍ରୀ ଜେନା, ସଙ୍କୁନା କହଁର, ମନୋରଞ୍ଜନ କୁଣ୍ଡୁ, ପ୍ରଶନ୍ନ ରାଉତ, ଦିଲ୍ଳୀପ ସ୍ୱାଇଁ, ବଟକୃଷ୍ଣ ରାଉତରାୟ, ଭାଗବତ ଜେନା, ଦେବାଶିଷ ମିଶ୍ର, ପ୍ରକାଶ ମିଶ୍ର, ପ୍ରସନ୍ନ ନାୟକ, ଜୟୀ ପଟ୍ଟନାୟକ, ରାଜେଶ ମିଶ୍ର, ଶିବ ପ୍ରସାଦ ଦାସ ଙ୍କ ସହିତ ହଜାର ହଜାର ସଂଖ୍ୟାରେ ଲୁଲୁ ପ୍ରେମୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱଭୂଷଣ ଦାସ, ସୁବ୍ରତ ମହାପାତ୍ର, ସୂର୍ଯ୍ୟକାନ୍ତ ଜେନା, ସଂଗ୍ରାମ ଦାସ, ମିହିର ଆଚାର୍ଯ୍ୟ, ମାନସ କର, ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ଏହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ l










