24.1 C
Bhubaneswar
Friday, February 13, 2026
Homeଓଡିଶା କମେଣ୍ଟ ମାରିବାରୁ ଯୁବକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼

 କମେଣ୍ଟ ମାରିବାରୁ ଯୁବକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼

ଭଦ୍ରକ:  ଭଦ୍ରକ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଚିନ୍ତାଜନକ ହୋଇପଡ଼ିଛି। କମେଣ୍ଟ ମରା ଭଳି ଏକ ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ଅପହରଣ କରାଯାଇ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଖବର ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ଘଟଣାଟି ଘଟିଛି ଭଦ୍ରକ  ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳରେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଭଦ୍ରକ କଲେଜ ନିକଟରେ କିଛି ଯୁବକ କମେଣ୍ଟ ମାରୁଥିଲେ। ଏହାକୁ ଜଗନ୍ନାଥପୁରର କିଛି ସ୍ଥାନୀୟ ଯୁବକ ବିରୋଧ କରିବାରୁ ସେଠାରେ ପ୍ରଥମେ ବଚସା ଓ ପରେ ମାରପିଟ୍ ହୋଇଥିଲା। ତେବେ ଏହି ଘଟଣା ସେତିକିରେ ଶେଷ ହୋଇନଥିଲା। ପ୍ରତିଶୋଧ ପରାୟଣ ହୋଇ ପ୍ରାୟ ୧୦ରୁ ୧୫ ଜଣ ଯୁବକ ଏକ କାର୍ ଏବଂ ବାଇକ୍ ଯୋଗେ ଜଗନ୍ନାଥପୁରରେ ପହଞ୍ଚିଥିଲେ। ସେଠାରୁ ଦୀପକ ନାମକ ଜଣେ ଯୁବକଙ୍କୁ ଜବରଦସ୍ତି କାରରେ ଉଠାଇ ନେଇଥିଲେ।ଏହି ଘଟଣାକୁ ନେଇ ଦୀପକଙ୍କ ପରିବାର ପକ୍ଷରୁ ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking