28.1 C
Bhubaneswar
Saturday, March 28, 2026
Homeଓଡିଶାବ୍ୟାସ ସରୋବର ମେଳା ଆରମ୍ଭ: ଏକାଦଶୀ ବ୍ରତ ପାଳନ କଲେ ଶ୍ରଦ୍ଧାଳୁ 

ବ୍ୟାସ ସରୋବର ମେଳା ଆରମ୍ଭ: ଏକାଦଶୀ ବ୍ରତ ପାଳନ କଲେ ଶ୍ରଦ୍ଧାଳୁ 

ଯାଜପୁର: ଆଜି ଭୌମ୍ୟ ଏକାଦଶୀ ତିଥି ପଡିଥିବାରୁ ବ୍ୟାସ ସରୋବର ଚଳଚଞ୍ଚଳ ହୋଇପଡିଛି l ଆଦିମ କାଳରୁ ଏହି ପୀଠରେ ଭୌମ୍ୟ ଏକାଦଶୀ ପରିପେକ୍ଷୀରେ ବ୍ୟାସ ସରୋବର ମେଳା ଆରମ୍ଭ ହୋଇ ଆସୁଛି l ଚଳିତ ବର୍ଷ ଏହି ପୀଠ ଭଗବାନ ବ୍ୟାସଦେବ ଓସିଦ୍ଧ ମହା ପୁରୁଷ ରାଘୁଜି ଗୋସାଇଁଙ୍କ ପୂଜା ଅର୍ଚନା କରାଯାଇଛି l ଶ୍ରଦ୍ଧାଳୁ ମାନେ ଏକାଦଶୀ ବର୍ଷ ପାଳନ କରିଛନ୍ତି l ଏହି ପୀଠରେ ଥିବା ଗୁପ୍ତ ଗଙ୍ଗାରୁ ପାଣି ସିଞ୍ଚନ କରି ରାଘୁଜି ଗୋସାଇଙ୍କୁ ଦର୍ଶନ କରିଛନ୍ତି l ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଛି l ବ୍ୟାସନଗର ପୌରପରିଷଦ ପକ୍ଷରୁ ବ୍ୟାସ ମହୋସବ ହେବଅନୁଷ୍ଠିତ ହେବ l ଏହି ପରିପେକ୍ଷିରେ ସହରର ଭାଇଚାରା ରକ୍ଷା କରିବା ପାଇଁ ଏକ ଗଣ ଦୌଡ ସକାଳ ୭ ଟାରେ ହୋଇଥିଲା l ଏହି ଗଣ ଦୌଡରେ ଯାଜପୁର ରୋଡ଼ ଥାନାଧିକାରୀ ଆସିସ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିଲେ l ତେବେ ଉକ୍ତ କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ସୁବାସ ବଳ, ପୌର ନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀଙ୍କ ସମେତ କାଉନସିଲର ଯୋଗ ଦେଇଥିଲେ l ଏହି ଗଣ ଦୌଡ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ବ୍ୟାସ ସରୋବରରେ ପହଞ୍ଚି ଥିଲା l ତେବେ ଗଣ ଦୌଡରେ ବିଭିନ୍ନ ଅଞ୍ଚଳର ପ୍ରାୟ ୧00 ରୁ ଉର୍ଦ୍ଧ କ୍ରୀଡ଼ାବିତ ମାନେ ଯୋଗ ଦେଇଥିଲେ l ତେବେ ଆଜି ସକାଳେ ବ୍ୟାସ ମାରାଥନ ଶୁଭାରମ୍ଭ ହେବା ସଙ୍ଗେ ସଙ୍ଗେ ସନ୍ଧ୍ୟାରେ ବ୍ୟାସ ମହୋତ୍ସବକୁ ଅତିଥିମାନେ ଉଦଘାଟନ କରିବେ ବୋଲି ପୌର ପରିଷଦ ତରଫରୁ ସୂଚନା ଦିଆଯାଇଛି l ଏବେ ଚଳିତ ବର୍ଷ ଏହି ବ୍ୟାସ ସରୋବର ମହୋତ୍ସବ ବିଶେଷ ଆକର୍ଷଣ ହେବ ବୋଲି କୁହାଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking