ବରଗଡ଼: ବରଗଡ଼ ଜିଲ୍ଲାରେ ଏକ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି । ତ୍ରୁଟିପୂର୍ଣ୍ଣ ଚିକିତ୍ସା କାରଣରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି । ସୂଚନା ଅନୁସାରେ, ମୃତ ମହିଳା ଭଟଲି ବ୍ଲକ୍ ଅନ୍ତର୍ଗତ ହାତୀସର୍ ଗାଁର ବାସିନ୍ଦା । ସେ ଗତ ମେ ୧୩ ତାରିଖରେ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ ।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଚିକିତ୍ସାରେ ତ୍ରୁଟି ହେବାରୁ ତାଙ୍କ ସ୍ଥିତି ଅବନତି ହୋଇ ଶେଷରେ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିବାର ଲୋକେ ଚିକିତ୍ସାଳୟ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଘଟଣାର ପ୍ରତିବାଦରେ ଆଜି ଗୋଶାଳା ଛକରେ ମୃତଦେହ ରଖି ଆନ୍ଦୋଳନ କରାଯାଇଛି । ଆନ୍ଦୋଳନକାରୀମାନେ ଦୋଷୀ ଡାକ୍ତର ଓ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।










