ଭୁବନେଶ୍ୱର: ଜଳ ସଂପଦ ବିଭାଗର ୩ ଇଂଜିନିୟର ସସପେଣ୍ଡ । ବରଗଡ ସୁପରିଟେଣ୍ଟେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ ସସପେଣ୍ଡ ହୋଇଛନ୍ତି । ଭେଡେନ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର ସସପେଣ୍ଡ ହୋଇଛନ୍ତି । ବରଗଡ କେନାଲ ସେକ୍ସନର ସହକାରୀ ଯନ୍ତ୍ରୀ ରଂଜନ ପଟେଲ ମଧ୍ୟ ସସପେଣ୍ଡ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସପେଣ୍ଡ କଲା ଜଳ ସଂପଦ ବିଭାଗ । ବରଗଡ କେନାଲ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ପରେ କାର୍ଯ୍ୟାନଷ୍ଠାନ ନିଆଯାଇଛି । ସୂଚନାଥାଉକି, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଦୁର୍ନୀତି କୁ ବରଖାସ୍ତ କରାଯିବ ନାହିଁ ବୋଲି କହିବା ସହ ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।










