36.1 C
Bhubaneswar
Tuesday, June 9, 2026
Homeଓଡିଶାଶ୍ୱାସରୁଦ୍ଧ ହୋଇ ଜଣେ ମୃତ

ଶ୍ୱାସରୁଦ୍ଧ ହୋଇ ଜଣେ ମୃତ

କେନ୍ଦ୍ରାପଡ଼ା: କୂଅ ସଫା ବେଳେ ସ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ । ଗ୍ରାମର ସୁକାନ୍ତ ପରିଡାଙ୍କ କୂଅ ସଫା କରିବା ନିମନ୍ତେ ଆଜି ସକାଳେ ଦେମାଳ ଗ୍ରାମର ପରୀକ୍ଷିତ ସିଂହ, ମାନପୁର ଗ୍ରାମର ଚିତ୍ତରଞ୍ଜନ ସାମଲ, ପୁଅ ରମେଶ ସାମଲ ଯାଇଥିଲେ ।ପରୀକ୍ଷିତ ସିଂହ କୂଅ ଭିତରକୁ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ପରୀକ୍ଷିତ କୂଅରୁ ନ ଉଠିବାରୁ ଚିତ୍ତରଞ୍ଜନ ସାମଲ କୂଅକୁ ପଶିବା ପରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଚିତ୍ତଙ୍କ ପୁଅ ରମେଶ ସାମଲ ବାପାଙ୍କୁ ବଞ୍ଚାଇବା ପାଇଁ ପଶିଥିଲେ ମଧ୍ୟ ସେ ଅଚେତ ହୋଇ ପଡ଼ିଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଦୁଇ ଜଣକୁ ଉଦ୍ଧାର କରି ଆଳି ମେଡିକାଲ ପଠାଇ ଥିଲେ ।

ଆଳି ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅ ମଧ୍ୟରୁ ଜଣକୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ । ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣକୁ କେନ୍ଦ୍ରାପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକ ହେଉଛନ୍ତି ପରୀକ୍ଷିତ ସିଂହ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking