ଯାଜପୁର: ଯାଜପୁର ରୋଡ ପୋଲିସ ବସଷ୍ଟାଣ୍ଡରୁ ଆଜି ସକାଳେ ତିନି ବସ୍ତା ଗଞ୍ଜେଇ ଜବତ କରିଛି l ଏହି ବସ୍ତା ଗୁଡିକରୁ ୭୬ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି l ଏହି ଘଟଣାରେ ଗଞ୍ଜେଇ ବେପାରୀ ପାଞ୍ଚ ଜଣଙ୍କୁ ମାଜିଷ୍ଟ୍ରେଟେ ଉପସ୍ଥିତରେ ଗିରଫ କରିଛି ପୋଲିସ l ଆସାମୀମାନେ ପଶ୍ଚିମବଙ୍ଗର କଲକାତା ଅଂଚଳର ସୁମନ ମଣ୍ଡଳ, ଚନ୍ଦନ ସରକାର, ଗୋପାଳ ଦେବନାଥ, ସ୍ୱପ୍ନ ସରକାର ଓ ସୁଜୟ ହଲ ଦାର ଟ୍ରେନ ଯୋଗେ ଏହି ଗଂଜେଇ ବସ୍ତାକୁ କଲକାତା ପଠାଇଥାନ୍ତେ l ଯାଜପୁର ରୋଡ ଷ୍ଟେସନରୁ ଟ୍ରେନ ଯୋଗେ ଗଂଜେଇ କୋଲକାତାକୁ ଚାଲାଣ ହେଉଥିଲା l ବିଶେଷ ସୃତ୍ରରୁ ଖବର ପାଇ ଆଜି ଯାଜପୁର ରୋଡଥାନ ଅଧିକାରୀ ଅସିତ କୁମାର ସାହୁ ବସ ଷ୍ଟାଣ୍ଡ ଉପରେ ଚଢାଉ କରି ଗଞ୍ଜେଇ ବସ୍ତାମାନ ଜବତ କରି ପାଞ୍ଚ ଜଣ ଯୁବକକୁ ଗିରଫ କରି ଆସାମୀମାନଙ୍କୁ ଯାଜପୁର କୋର୍ଟ ପଠାଇଛି l ସବ ଇନ୍ସପେକ୍ଟର ମାନସ କୁମାର ସାହୁ ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି l










