35.1 C
Bhubaneswar
Sunday, May 17, 2026
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା, ୨ ମହିଳା ମୃତ

ମର୍ମନ୍ତୁଦ ଦୁର୍ଘଟଣା, ୨ ମହିଳା ମୃତ

ପାପଡାହାଣ୍ଡି: ନବରଙ୍ଗପୁର ପାପଡାହାଣ୍ଡିରେ ଭୟଙ୍କର ସଡକ ଦୁର୍ଘଟଣା। ଟ୍ରଲର- କାର ମୁହାଁମୁହିଁ ଧକ୍କା। ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ମହିଳା ମୃତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଉଦ୍ଧାର କରାଯାଇ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରଠାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆନ୍ଧ୍ରର ଗୋଟିଏ ପରିବାରର ଦୁଇ ମହିଳା, ଦୁଇ ପୁରୁଷ ଜଣେ ଶିଶୁ କାର ଯୋଗେ ପୁରୀ ଠାରୁ ନବରଙ୍ଗପୁର ଶଶୁର ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରଲର କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ତୁରନ୍ତ ପୁଲିସ ଓ ଅଗ୍ନିଶମ ଟିମ୍ ପହଁଚି ୫ ଜଣକୁ ଉଦ୍ଧାର କରିଥିଲେ। ସମସ୍ତକୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇ ମହିଳାକୁ ମୃତ ଘୋଷଣା କରିଥିଲେ। ଆଉ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପୂର୍ଣ୍ଣ ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking