17.1 C
Bhubaneswar
Saturday, January 17, 2026
Homeଓଡିଶା୨୩ରେ ସର୍ବଦଳୀୟ ବୈଠକ: କେଭି

୨୩ରେ ସର୍ବଦଳୀୟ ବୈଠକ: କେଭି

ଭୁବନେଶ୍ୱର: ଛତିଶଗଡ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା । ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ଗସ୍ତ କରିବ କମିଟି । ତାପୂର୍ବରୁ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ନିଷ୍କର୍ସ ଆଧାରରେ ଛତିଶଗଡରେ ପକ୍ଷ ରଖିବେ ସରକାର । ଫେବୃଆରୀ ୭ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି । ଛତିଶଗଡ ସରକାରଙ୍କ ସହ ଟ୍ରିବ୍ୟୁନାଲଙ୍କ ନିକଟରେ ପକ୍ଷ ରଖିବେ ସରକାର । ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ, ୧୩ ମାର୍ଚ୍ଚରେ ଅବଧି ସରିବ । ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ମହାନଦୀର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ରାଜୀବଭବନରେ ଅନୁଷ୍ଠିତ ଏହି ଦ୍ବିତୀୟ ବୈଠକରେ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ, ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ବିଧାୟକ ସୋଫିଆ ଫିର୍ଦୋସ ପ୍ରମୁଖ ଉପସ୍ଥିତ ଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking