32.1 C
Bhubaneswar
Thursday, May 14, 2026
Homeଓଡିଶାତୃଣମୂଳ କଂଗ୍ରେସର ସଂଗୀନ ଅଭିଯୋଗ; ଏସ୍‌ଆଇଆର୍ ପାଇଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି

ତୃଣମୂଳ କଂଗ୍ରେସର ସଂଗୀନ ଅଭିଯୋଗ; ଏସ୍‌ଆଇଆର୍ ପାଇଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି

କୋଲକତା: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ସାଂଘାତି ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ୍ (ଟିଏମ୍‌ସି)। ଟିଏମ୍‌ସି ଅଭିଯୋଗ କରିଛି ଯେ, ସିଇସି ଜ୍ଞାନେଶ କୁମାରଙ୍କ ହାତରେ ଏବେ ରକ୍ତର ଛିଟା ଲାଗିଛି। ଟିଏମ୍‌ସିର ରାଜ୍ୟସଭା ସାଂସଦ ନେତା ଡେରେକ୍ ଓ’ବ୍ରାଏନଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ନିର୍ବାଚନ ଆୟୋଗ (ସିଇସି)ଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି। ଟିଏମ୍‌ସିର ଏହି ୧୦ଜଣିଆ ପ୍ରତିନିଧି ଦଳ ସିଇସିଙ୍କ ସମ୍ମୁଖରେ କେବଳ ଅଭିଯୋଗ କରିନାହାନ୍ତି ବରଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କରିଥିବା ୪୦ଜଣଙ୍କ ନାମ ଏବଂ ସବିଶେଷ ବିବରଣୀ ଥିବା ଏକ ତାଲିକା ମଧ୍ୟ ପ୍ରଦାନ କରିଛନ୍ତି। ପ୍ରକାଶ, ଟିଏମ୍‌ସି ପକ୍ଷରୁ ପଶ୍ଚିମବଙ୍ଗରେ ଚାଲିଥିବା ଏସ୍‌ଆଇଆର୍ ପ୍ରକ୍ରିୟାକୁ ବିରୋଧ କରାଯାଇଆସୁଛି।

ଟିଏମସିର ଏହି ପ୍ରତିନିଧିମଣ୍ଡଳୀରେ ଲୋକସଭା ସାଂସଦ ମହୁଆ ମୋଇତ୍ର, ଶତାବ୍ଦୀ ରାୟ, କଲ୍ୟାଣ ବାନାର୍ଜୀ, ପ୍ରତିମା ମଣ୍ଡଳ, ସାଜଦା ଅହମ୍ମଦ ଏବଂ ରାଜ୍ୟସଭା ସାଂସଦ ଡୋଲା ସେନ୍‌, ମମତା ଠାକୁର, ସାକେତ ଗୋଖଲେ ଏବଂ ପ୍ରକାଶ ଚିକ୍ ବାରିକ ପ୍ରମୁଖ ସାମିଲ ରହିଥିଲେ। ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହ ବୈଠକ ପରେ ଓ’ବ୍ରାଏନ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ମୁଖ୍ୟତଃ ପାଞ୍ଚଟି ପ୍ରଶ୍ନ ଉଠାଇଛି, କିନ୍ତୁ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର କୌଣସି ଉତ୍ତର ଦେଇନାହାଁନ୍ତି । ସାଂସଦ ମହୁଆ ମୋଇତ୍ର କହିଛନ୍ତି ଯେ ସିଇସିଙ୍କୁ ଏସ୍‌ଆଇଆର୍ ପାଇଁ ପ୍ରାଣ ହରାଇଥିବା ୪୦ଜଣଙ୍କର ତାଲିକା ପ୍ରଦାନ କରାଯିବା ସତ୍ତ୍ୱେ ଆୟୋଗ ଏହାକୁ କେବଳ ଅଭିଯୋଗ ବୋଲି ଖାରଜ କରିଛନ୍ତି। ଓ’ବ୍ରାଏନ୍ କହିଛନ୍ତି ଯେ ଟିଏମ୍‌ସି, ଏସ୍‌ଆଇଆର୍ ଧାରଣାକୁ ବିରୋଧ କରେ ନାହିଁ, କିନ୍ତୁ ଏହା ଯେଉଁ “ଅଣଯୋଜନାମୂଳକ ଉପାୟରେ’ କରାଯାଉଛି ତାହାକୁ ତାଙ୍କ ଦଳ ବିରୋଧ କରୁଛି। ସିଇସିଙ୍କୁ ପ୍ରଦାନ କରାଯାଇଥିବା ୪୦ଜଣିଆ ତାଲିକା ମଧ୍ୟରୁ ୧୮ଜଣ ବିଏଲ୍‌ଓ ବା ବୁଥ୍‌ସ୍ତରୀୟ ଅଧିକାରୀ ସାମିଲ ଥିଲେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମ୍‌ସି ଦ୍ୱାରା ରାଜ୍ୟରେ ଏସ୍‌ଆଇଆର ପ୍ରକ୍ରିୟା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସିଇସିଙ୍କ ସହ ଟିଏମ୍‌ସି ପ୍ରତିନିଧିଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking