32.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶ୧୦ ଲକ୍ଷ ମହିଳାଙ୍କୁ ୧୦୦୦ କୋଟି ଟଙ୍କା ବାଣ୍ଟିଲେ ନୀତୀଶ

୧୦ ଲକ୍ଷ ମହିଳାଙ୍କୁ ୧୦୦୦ କୋଟି ଟଙ୍କା ବାଣ୍ଟିଲେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟର ମହିଳାବର୍ଗର ପ୍ରାୟ ୧୦ଲକ୍ଷ ହିତାଧିକାରୀଙ୍କୁ ଡିବିଟି (ସିଧାସଳଖ ବ୍ୟାଙ୍କ୍ ଟ୍ରାନ୍ସଫର) ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ମହିଳାଙ୍କ୍‌ୁ ଆର୍ଥିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ନୀତୀଶ କୁମାର ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ମହିଳା ଯୋଜନା ନାମରେ ଏକ ଯୋଜନା ଆରମ୍ଭ କରିଥିଲେ। ତେବେ ଏବେ ଯେତେବେଳେ ବିଧାନସଭା ନିର୍ବାଚନ ଶେଷ ହୋଇସାରିଛି ସେତେବେଳେ ମଧ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବକ ସେ ଆଜି ଦିନରେ ମୋଟ୍ ୧୦୦୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ଏପର୍ଯ୍ୟନ୍ତ ୧ କୋଟି ୪୦ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହୋଇସାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳାମାନଙ୍କୁ ଆର୍ôଥକ ରୂପରେ ସଶକ୍ତ କରିବା ପାଇଁ ତଥା ସ୍ୱାବଲମ୍ବୀ ବା ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାକୁ ଆହୁରି ଅଧିକ ବ୍ୟାପକ କରିଛନ୍ତି। ଆଜି ସକାଳ ୧୧:୩୦ରେ ତାଙ୍କ ବାସଭବନସ୍ଥିତ ସଂକଳ୍ପ ଅଡିଟୋରିୟମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ସେ ଏହି ରାଶି ପ୍ରଦାନ କରିଛନ୍ତି। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଉପସ୍ଥିତ ରହିଥିଲେ। ଆଗରୁ ୬ଟି କିସ୍ତି ମିଳିଥିବା ବେଳେ ବିହାର ନିର୍ବାଚନ ପରେ ମହିଳାଙ୍କୁ ପ୍ରଥମ କିସ୍ତି ମିଳିଛି। ଅନ୍ୟପକ୍ଷେ ଡିସେମ୍ବର ୧୪ସୁଦ୍ଧା ସବୁ କିସ୍ତି ମିଳିଯିବ ବୋଲି ନୀତୀଶ କୁମାର କହିଛନ୍ତି । ଏହି କିସ୍ତି ଦେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି କେବଳ ନିର୍ବାଚନ ପର୍ଯ୍ୟନ୍ତ ନୁହେଁ, ଆମ ସରକାର ନିର୍ବାଚନ ପରେ ମଧ୍ୟ ଦେଇଥିବା କଥାକୁ କାର୍ଯ୍ୟକାରୀ କରିଥାଏ। ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯାଇଥିବା ଏହି ଅର୍ଥ ରାଶି ସହାୟତାରେ ମହିଳାମାନେ ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ, କୃଷିଭିତ୍ତିକ କାମ, ସିଲେଇ ଏବଂ ଛୋଟ ବ୍ୟବସାୟ ମାଧ୍ୟମରେ ଭଲ ରୋଜଗାର କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking