32.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶଭୟଙ୍କର ଦୁର୍ଘଟଣା; ଗୋଟିଏ ପରିବାରର ୭ମୃତ

ଭୟଙ୍କର ଦୁର୍ଘଟଣା; ଗୋଟିଏ ପରିବାରର ୭ମୃତ

ଲକ୍ଷ୍ନୌ: ଶୁକ୍ରବାର ସକାଳେ ସାହାରନ୍‌ପୁର ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୟଦ୍ ମାଜରା ଗାଁର ଏକ ପରିବାର କାରରେ ଯାତ୍ରା କରୁଥିବା ସମୟରେ ଡେରାଡୁନରୁ ଆସୁଥିବା ଏକ ଦ୍ରୁତଗାମୀ ପଥର ବୋଝେଇ ଡମ୍ପର ଟ୍ରକ୍ ନିୟନ୍ତ୍ରଣ ହରାଇ ସେମାନଙ୍କ କାର୍ ଉପରେ ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରରେ ଥିବା ଡ୍ରାଇଭର ସମେତ ୭ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଏବଂ ଏକ ଶିଶୁ ମଧ୍ୟ ସାମିଲ ଥିବା ପୁଲିସ୍ କହିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାହାରନପୁର ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking