33.3 C
Bhubaneswar
Saturday, June 20, 2026
Homeଓଡିଶାସୋଫା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ସୋଫା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ସଦର ଥାନା ଅଞ୍ଚଳର ଏକ ସୋଫା ତିଆରି ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୀତଳଷଷ୍ଠୀ ପାଇଁ ଗଚ୍ଛିତ ରଖାଯାଇଥିବା ବାଣ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।ଗତକାଲି ରାତି ପ୍ରାୟ ୩ ଟା ସମୟରେ ଗୋଦାମ ହୁତହୁତ ଜଳି ଥିଲା। ଗୋଦାମ ଭିତରେ ୨ ଟ୍ରିପ ତୁଳା ଗଚ୍ଛିତ ଥିବାରୁ ନିଆଁ ଖୁବ ଶୀଘ୍ର ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲା। କର୍ମଚାରୀମାନେ ଛାତ ଉପରୁ ଟିଣ ବାହାର କରି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ବର୍ତମାନ ଗୋଦାମରୁ ଲକ୍ଷାଧିକ ଟଙ୍କାର ପୋଡ଼ି ଯାଇଥିବା ତୁଳା କଢ଼ାଯାଉଛି।ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଣ ବିସ୍ଫୋରଣ ହିଁ ଅଗ୍ନିକାଣ୍ଡର କାରଣ କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନୀ ହୋଇନଥିବା ସୂଚନା ମିଳିଛି। କ୍ଷୟକ୍ଷତିର ଆକଳନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking