ପୁରୀ: ପୁରୀ ମେଡିକାଲ ଛକରେ ବୁଲିଲା ବୁଲଡୋଜର। ମେଡିକାଲ ଛକରେ ଡ୍ରେନ୍ ଉପରେ ବେଆଇନ ନିର୍ମାଣ କରି ବ୍ୟବସାୟ କରୁଥିବା ଦୋକାନ ଉପରେ ବୁଲିଛି ବୁଲଡୋଜର। ପୁରୀ ପୋଲିସ, ମହାନଗର ନିଗମର ଯୁଗ୍ମ କମିଶନର, ଏନଫୋର୍ସମେଣ୍ଟ ସ୍କାର୍ଡ ଉପସ୍ଥିତିରେ ଚାଲିଛି ଉଛେଦ କାର୍ଯ୍ୟ। ଗୋଟିଏ ଜେସିବି ସାହାଯ୍ୟରେ ଏହି ଉଛେଦ କାର୍ଯ୍ୟ କରାଯାଉଛି।ତେବେ ଶୁକ୍ରବାର ମାତ୍ର ଅଢେଇ ଘଣ୍ଟା ବର୍ଷାରେ ପୁରୀ ବଡ଼ଦାଣ୍ଡରେ ବର୍ଷାଜଳ ଲହଡ଼ି ମାରିଥିଲା। ଡ୍ରେନ୍ ସଫେଇ ଠିକ୍ ଭାବେ ହୋଇନଥିବା ଅଭିଯୋଗ ହୋଇଥିଲା। ଡ୍ରେନ୍ ଉପରେ ନିର୍ମାଣ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି କହିଛନ୍ତି ଯୁଗ୍ମ କମିଶନର। ସେପଟେ ରଥଯାତ୍ରା ପାଇଁ ପୁରୀ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଉଛି।









