24.1 C
Bhubaneswar
Friday, February 6, 2026
Homeଦେଶ ବିଦେଶବାସ୍କେଟ୍‌ବଲ୍ ଅଭ୍ୟାସ ସମୟରେ ଦୁର୍ଘଟଣା: ଖେଳାଳି ମୃତ

ବାସ୍କେଟ୍‌ବଲ୍ ଅଭ୍ୟାସ ସମୟରେ ଦୁର୍ଘଟଣା: ଖେଳାଳି ମୃତ

ହରିୟାଣା: ହରିୟାଣାର ରୋହତକ ଜିଲ୍ଲାର ଏକ କ୍ରୀଡା ପଡ଼ିଆରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ସମସ୍ତଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଅଭ୍ୟାସ ସମୟରେ ଜଣେ ଜାତୀୟ ସ୍ତରୀୟ ଆଥଲେଟଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ନାମକ ୧୬ ବର୍ଷୀୟ ଜାତୀୟ ସ୍ତରୀୟ ଖେଳାଳି ଲଖନ ମାଜରାର କ୍ରୀଡ଼ା ପଡ଼ିଆରେ ଏକ ବାସ୍କେଟବଲ୍ କୋର୍ଟରେ ଏକା ଅଭ୍ୟାସ କରୁଥିଲେ। ସେହି ସମୟରେ ହାର୍ଦ୍ଦିକ ଏକ ଲୁହା ଖୁଣ୍ଟରେ ଏକ ବାସ୍କେଟବଲ୍ ରିଙ୍ଗ ଧରି ଝୁଲି ରହିଥିବା ବେଳେ ହଠାତ୍ ଖୁଣ୍ଟଟି ତାଙ୍କ ଉପରେ ପଡ଼ିଯାଇଥିଲା

ଖୁଣ୍ଟିଟି ହାର୍ଦ୍ଦିକଙ୍କ ଛାତି ଉପରେ ପଡିଥିଲା। ଖୁଣ୍ଟିଟିର ଓଜନ ଯୋଗୁଁ ହାର୍ଦ୍ଦିକ ଏହାକୁ ବାହାର କରିପାରିଲେ ନାହିଁ ଏବଂ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପାଖରେ ଅଭ୍ୟାସ କରୁଥିବା ଅନ୍ୟ ଖେଳାଳିମାନେ ତାଙ୍କ ପାଖକୁ ଦୌଡ଼ିଯାଇ ଖୁଣ୍ଟିଟିକୁ ବାହାର କରିବାକୁ ଲାଗିଲେ। ହାର୍ଦ୍ଦିକଙ୍କୁ ତୁରନ୍ତ ରୋହତକର ପିଜିଆଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

https://www.youtube.com/watch?v=wDo2bH3g9K4

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking