23.1 C
Bhubaneswar
Saturday, February 7, 2026
Homeଓଡିଶାପରାଜୟ ସ୍ୱୀକାର କଲେ ଭଲ: ପୃଥ୍ୱୀରାଜ

ପରାଜୟ ସ୍ୱୀକାର କଲେ ଭଲ: ପୃଥ୍ୱୀରାଜ

ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଦାସଙ୍କୁ ରବିବାର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ହାରିବାର ଅନେକ କାରଣ ବାହାରେ, ଜିତିବାର କାରଣ କେବଳ ଜୟ । ରାଜନୈତିକ ଦଳ ନିଜ ଦୁର୍ବଳତାକୁ ଲୁଚାଇବା ପାଇଁ ଅନେକ କଥା କୁହନ୍ତି । ନିଜ ପରାଜୟକୁ ସ୍ୱୀକାର କଲେ ଭଲ ହୁଅନ୍ତା । ନୂଆପଡ଼ା ଉପନିର୍ବଚନରେ ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣଙ୍କ କଥା ଉଠାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି ଯେ ଆମେ ବିଭୀଷଣଙ୍କୁ ଖୋଜୁଛୁ । ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃôଢ଼ ଆକ୍ସନ ନିଆଯିବ । ପ୍ରଥମେ ପରାଜୟର କାରଣ ସମ୍ପର୍କରେ ଆତ୍ମସମୀକ୍ଷା କରାଯିବ । ତା’ ପରେ ବିଭୀଷଣଙ୍କ ବିରୋଧରେ ଆକ୍ସନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି କଂଗ୍ରେସ ୪୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ବୋଲି ଭକ୍ତ ଦାସ କହିଛନ୍ତି । ପ୍ରକାଶ ଯେ ଭକ୍ତ ରାଜ୍ୟ କଂଗ୍ରେସର ମଙ୍ଗ ଧରିବାପରେ ନୂଆପଡା ଉପନିର୍ବାଚନ ତାଙ୍କ ପାଇଁ ଥିଲା ଅଗ୍ନି ପରୀକ୍ଷା। ହେଲେ ଘାସିରାମଙ୍କ ନିଜ ଭୋଟକୁ ବି ଦଳ ନିଜ ପାଖରେ ରଖିବାରେ ଅସମର୍ଥ ହେବାପରେ ଶାସକ ଦଳର କଳ, ବଳ ଓ କୈଶଳକୁ ଦାୟୀ କରିଛନ୍ତି ଭକ୍ତ । ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା କଂଗ୍ରେସ ପାଖରେ ମାନବ ସମ୍ବଳର ଅଭାବ ମୂଳ କାରଣ।

ଭକ୍ତଙ୍କ ପ୍ରଥମ ପରୀକ୍ଷାରେ କଂଗ୍ରେସ ଫେଲ୍। ନୂଆପଡ଼ା ପରାଜୟ ପରେ ପିସିସି ମୁଖିଆଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ। କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଉଠିଥିଲେ ବି ଭକ୍ତଙ୍କ ପ୍ରଥମ ଇଂନିସରେ ବିଫଳତାକୁ ନେଇ ଦଳ ଭିତରେ ନାନା ଅସନ୍ତୋଷ ମୁଣ୍ଡ ଟେକିଛି। କେଉଁଠି ରହିଲା ଭୁଲ୍ ? ରଣନୀତିରେ ନା କେନ୍ଦ୍ରୀୟ ନେତାଙ୍କ ସପୋର୍ଟ ମିଳିଲାନି ? ଉପକୂଳ ନେତାଙ୍କ ସହଯୋଗ ନଲୋଡିବା ଭକ୍ତଙ୍କ ପାଇଁ ଅଡୁଆ ହେଲା କି ? ପରାଜୟ ପଛରେ ସବୁଠୁ ବଡ଼ କାରଣ ଟଙ୍କା ବୋଲି ଗତକାଲି କ୍ଷୋଭର ସହ କହିଥିଲେ ଘାସିରାମ। ଏବେ ବରିଷ୍ଠ ନେତା ମୁହଁ ଖୋଲି ପିସିସି ମୁଖିଆଙ୍କ ପାରିବା ପଣିଆକୁ ନେଇ ପରୋକ୍ଷରେ ନିଶାନା କରିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଷ୍ଟ୍ରାଟେଜୀ ଫେଲର କାରଣ ଭକ୍ତ କହିପାରିବେ ବୋଲି କହି ତେରଛା ବାଣ ମାରିଛନ୍ତି। ସେପଟେ ଗତଥର ଭଳି ଆଦିବାସୀ ଭୋଟକୁ କଂଗ୍ରେସ ନିଜ ପାଖରେ ରଖି ନପାରିବା ବିପର୍ୟ୍ୟୟର କାରଣ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ବିଜେଡି-ବିଜେପି ମେଣ୍ଟ ସରକାର ଅମଳରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ବରେ ୨୦୦୬ରେ ତଳସରା ଓ ୨୦୦୮ରେ ଲକ୍ଷ୍ମୀପୁର ଉପନିର୍ବାଚନରେ ବାଜି ମାରିଥିଲା କଂଗ୍ରେସ। ତାପରଠୁ ଜିତିବା ତ ଦୂର ଥାଉ, ଦଳ ଭିତରେ ଥିବା ଅନ୍ତଃକନ୍ଦଳ ଯୋଗୁ ଉଧେଇ ପାରୁନି କଂଗ୍ରେସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking