17.1 C
Bhubaneswar
Wednesday, December 10, 2025
Homeଓଡିଶାଘରେ ଲାଗିଗଲା ନିଆଁ, ନଗଦ ୮ ଲକ୍ଷ ଟଙ୍କା ପୋଡ଼ି ପାଉଁଶ

ଘରେ ଲାଗିଗଲା ନିଆଁ, ନଗଦ ୮ ଲକ୍ଷ ଟଙ୍କା ପୋଡ଼ି ପାଉଁଶ

ଖଲ୍ଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ଟାଉନସ୍ଥିତ ଧରାକୋଟ ସାହିରେ ଶନିବାର ବିଳମ୍ବିତ ରାତିରେ ଦିଲୀପ ଖୁଣ୍ଟିଆଙ୍କ ପରିବାର ଖାଇ ପିଇ ଶୋଇଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ହଠାତ୍‌ ପଛଘର ପଟୁ ନିଆଁ ବାହାରିବା ଦେଖି ଦିଲ୍ଲୀପ ପରିବାରର ସମସ୍ତ ସଦସ୍ୟଙ୍କୁ ଧରି ପ୍ରାଣରକ୍ଷା କରି ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ଦେଖୁ ଦେଖୁ ଖୁବ୍‌ ଜୋର୍‌ରେ ବ୍ୟାପୀ ଯାଇଥିଲା। ଯାହାଫଳରେ ଘରର ସିନ୍ଦୁକ, ଆଲମିରା, ଖଟ, ଫ୍ରିଜ୍‌ ଓ ନଗଦ ୮ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିଲା। ପରେ ପରେ ରମ୍ଭା ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking