22.1 C
Bhubaneswar
Friday, December 5, 2025
Homeଓଡିଶାଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

କନ୍ଧମାଳ: ଜଣେ ଲେଡି କୁକ-କମ-ଆଟେଣ୍ଡାଣ୍ଟଙ୍କ ଛୁଟି ମଞ୍ଜୁର କରିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଚଢ଼ାଉ କରିଛି। ଫୁଲବାଣୀ ଭିଜିଲାନ୍ସ ଟିମ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୁକ -କମ-ଆଟେଣ୍ଡାଣ୍ଟ ସୁରେଖା ପ୍ରଧାନ(୩୧)ଙ୍କ ଛୁଟି ମଞ୍ଜୁର କରିବା ପାଇଁ ପ୍ରଧାନଶିକ୍ଷକ କୁମରମଣି ମଳିକ ଅର୍ଥ ଦାବି କରିଥିଲେ । ଏଥିପାଇଁ ସେ ବାରମ୍ବାର ଫୋନରେ ମଧ୍ୟ ଅର୍ଥ ଦାବି କରିଆସୁଥିଲେ । ଏହାର ପ୍ରମାଣକୁ ସୁରେଖା ନିଜ ମୋବାଇଲ କଲ ରେକର୍ଡରେ ରଖିଥିଲେ। ପରେ ସେ ଫୁଲବାଣୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନଶିକ୍ଷକ ନିଜ ଫୋନ ପେ’ରେ ଏହି ଅର୍ଥ ଦାବି କରିଥିଲେ । ଦାବି ମୁତାବକ ଅଭିଯୋଗକାରୀ ସୁରେଖା ପ୍ରଧାନ ଶିକ୍ଷକଙ୍କୁ ନିଜ ଫୋନ ପେ’ରୁ ୪ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢ଼ାଉ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ କାବୁ କରିବା ସହ ତାଙ୍କଠାରୁ ମୋବାଇଲ ଫୋନ ଓ ଅନ୍ୟ ଆବଶ୍ୟକ ପ୍ରମାଣ ଜବତ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking