32.8 C
Bhubaneswar
Monday, June 15, 2026
Homeଦେଶ ବିଦେଶନାବାଳକଙ୍କୁ ଛୁରି ଭୁସି ହତ୍ୟା

ନାବାଳକଙ୍କୁ ଛୁରି ଭୁସି ହତ୍ୟା

ନୂଆଦିଲ୍ଲୀ:  ଦିଲ୍ଲୀର ସୀଲମପୁରରେ ଜଣେ ନାବାଳକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଛୁରାମାଡ଼ ପରେ ଆହତଙ୍କୁ ଜେପିସି ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮:୨୭ ସମୟରେ ସୀଲମପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଛୁରାମାଡ଼ ଘଟଣା ଘଟିଛି। ମୃତକଙ୍କୁ କରଣ (୧୫) ବୋଲି ଚିହ୍ନଟ କରାଯାଇଛି, ସେ ନ୍ୟୁ ସୀଲମପୁରର ବାସିନ୍ଦା ତେଜପାଲଙ୍କ ପୁଅ। ଘଟଣା ସମ୍ପର୍କରେ ପୋଲିସ ଶୁଣି ଘଟଣାସ୍ଥଳରେ ପହଞ୍ଚିବା ସହ ଏକ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି।

ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ (ସିସିଏଲ)କୁ ଗିରଫ କରାଯାଇଛି, ଏବଂ ଘଟଣାରେ ବ୍ୟବହୃତ ଅସ୍ତ୍ର (ଛୁରୀ) ମଧ୍ୟ ଉଦ୍ଧାର କରାଯାଇଛି। ସୀଲମପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଘଟଣା ପରେ ପିଲାଟିର ପରିବାର, ପଡ଼ୋଶୀମାନଙ୍କ ସହିତ ମିଶି ନ୍ୟାୟ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରି ପ୍ରତିବାଦ କରିଛନ୍ତି। ପୋଲିସ କହିଛି ଯେ ସେମାନେ ସମସ୍ତ ଦିଗକୁ ତଦନ୍ତ କରୁଛନ୍ତି ଏବଂ ହତ୍ୟା ପଛର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking